କୋରାପୁଟ, ୬ ଅଗଷ୍ଟ – ପର୍ଯ୍ୟଟନ ଦୃଷ୍ଟିକୋଣରୁ ଅପାର ସମ୍ଭାବନା ଥିବା କୋରାପୁଟ ଜିଲ୍ଲା ରେ ଅନେକ ସୁନ୍ଦର ପ୍ରାକୃତିକ ସ୍ଥଳ ରହିଛି। ସେମିଳି ଏକ ନୂତନ ଆକର୍ଷଣ କେନ୍ଦ୍ର ହେଉଛି ନୂଆଗୁଡ଼ା ଗ୍ରାମ ର କଫି ଜଙ୍ଗଲ, ଯାହା ପର୍ଯ୍ୟଟକମାନେ ବର୍ଷ ଭରି ଦେଖିବାକୁ ଓ ଉପଭୋଗ କରିବାକୁ ଆସୁଛନ୍ତି।

କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଏହି ଗ୍ରାମ ସହର ଦ୍ୱାରା ପ୍ରାୟ ୧୦ କି.ମି ଦୂରରେ ଅବସ୍ଥିତ। ଏଠାରେ ଦୁଇ ପାର୍ଶ୍ୱ ରେ ବିସ୍ତୃତ କଫି ଜଙ୍ଗଲ ଥିବାରୁ ଏହି ଅଞ୍ଚଳ ଏକ ନୂଆ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ଉଭୟ ଅନ୍ତର୍ଜାତୀୟ ଓ ଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରରେ ପରିଣତ ହେଉଛି।

ଏଠାରେ ବହୁବର୍ଷ ପୂର୍ବେ ଆରମ୍ଭ ହୋଇଥିବା କଫି ଚାଷ ଏଯାଁ ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି। ଏହି ଜଙ୍ଗଲ ଭିତରେ ରହିଥିବା ଶାନ୍ତ ପରିବେଶ, ଗଭୀର ସବୁଜ ହରିତିମା ଓ ସ୍ୱାଦିଷ୍ଟ ଘ୍ରାଣ ଦେଖି ପର୍ଯ୍ୟଟକମାନେ ଫଟୋ, ଭିଡିଓ ଏବଂ ଆରାମଦାୟକ ଅନୁଭୂତି ନେବାକୁ ବହୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏଠାରେ ଏକ ସ୍ଥାନୀୟ କଫେ ମଧ୍ୟ ରହିଛି, ଯେଉଁଠାରେ ସ୍ଥାନୀୟ ଭାବେ ଉତ୍ପାଦିତ କଫି ଦ୍ୱାରା ପ୍ରସ୍ତୁତ କଫି ର ସ୍ୱାଦ ଉପଭୋଗ କରିପାରିବେ। ଏହି ଅଞ୍ଚଳ ଏକ ଓଡ଼ିଆ ସିନେମାର ଗୀତ ଶୂଟିଂ ଜଗା ଭାବେ ମଧ୍ୟ ପୂର୍ବରୁ ବ୍ୟବହୃତ ହୋଇଥିଲା, ଯାହା ପରେ ଏଠାରେ ପର୍ଯ୍ୟଟକ ଭିଡ଼ ବଢ଼ିଛି।