ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସରସଂଘଚାଳକ ଡ. ମୋହନ ଭାଗବତ ଆଗାମୀ ୧୩ ଅଗଷ୍ଟରେ ୩-ଦିନିଆ ଗସ୍ତରେ ଓଡ଼ିଶା ଆସିବେ। ଏହି ସମୟରେ ସେ ରାଜଧାନୀ ଭୁବନେଶ୍ୱର ସହିତ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ।
ଶ୍ରୀ ଗୌଡ଼ୀୟ ମିଶନଙ୍କ ନିମନ୍ତ୍ରଣରେ ଡ. ଭାଗବତ ୧୩ରେ ଭୁବନେଶ୍ୱର ପହଞ୍ଚି ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ। ୧୪ ଅଗଷ୍ଟରେ ଅନୁଷ୍ଠିତ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ସେହି ସନ୍ଧ୍ୟାରେ, ଡ. ଭାଗବତ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ୧୫ ଅଗଷ୍ଟରେ ସେ ଓଡ଼ିଶା ଛାଡ଼ି ପ୍ରତ୍ୟାବର୍ତ୍ତନ କରିବେ।