ନୂଆଦିଲ୍ଲୀ, 14 ଅଗଷ୍ଟ — ITI ପାସ୍ ଯୁବକମାନଙ୍କ ପାଇଁ ଭାରତୀୟ ନୌସେନାରେ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିଛି। ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ 1,266 ଖାଲି ପଦବୀରେ ନିଯୁକ୍ତି ଘୋଷଣା କରାଯାଇଛି। ଆବେଦନ ପ୍ରକ୍ରିୟା 13 ଅଗଷ୍ଟ 2025ରୁ ଆରମ୍ଭ ହୋଇଛି ଏବଂ 2 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ www.indiannavy.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରାଯାଇପାରିବ।
ପଦବୀ ଓ ଯୋଗ୍ୟତା:
ଏହି ପଦବୀଗୁଡ଼ିକ ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଜାହାଜ ନିର୍ମାଣ ଏବଂ ଅସ୍ତ୍ରଶସ୍ତ୍ର ସିଷ୍ଟମ ଇତ୍ୟାଦି ବିଭିନ୍ନ ବୈଷୟିକ ଟ୍ରେଡ୍ ପାଇଁ ଅଟେ। ପ୍ରାର୍ଥୀଙ୍କୁ ଦଶମ ଶ୍ରେଣୀ ପାସ୍ ସହ ସମ୍ପୃକ୍ତ ଟ୍ରେଡ୍ରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ। ବୟସ ସୀମା 18ରୁ 25 ବର୍ଷ, ସଂରକ୍ଷିତ ବର୍ଗ ପାଇଁ ସରକାରୀ ନିୟମ ଅନୁଯାୟୀ ଛାଡ଼ ମିଳିବ।
ଆବେଦନ ପ୍ରକ୍ରିୟା:
- www.onlineregistrationportal.in/notifications ରେ ପ୍ରବେଶ କରନ୍ତୁ।
- “ରେଜିଷ୍ଟ୍ରେସନ” ଟ୍ୟାବ୍ରେ କ୍ଲିକ କରି ତଥ୍ୟ ପୂରଣ କରନ୍ତୁ।
- ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।
- ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ।
ଚୟନ ପ୍ରକ୍ରିୟା:
ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଓ ଦକ୍ଷତା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ପରୀକ୍ଷା ଦେଶର ବିଭିନ୍ନ କେନ୍ଦ୍ରରେ ଆୟୋଜିତ ହେବ। ସଫଳ ପ୍ରାର୍ଥୀଙ୍କୁ ପରବର୍ତୀ ଚୟନ ପର୍ଯ୍ୟାୟରେ ଡାକାଯିବ। ଚୟନିତ ପ୍ରାର୍ଥୀଙ୍କ ଦରମା ₹19,900ରୁ ₹63,200 ପର୍ଯ୍ୟନ୍ତ ରହିବ।