ନୂଆଦିଲ୍ଲୀ, ୧୯ ଅଗଷ୍ଟ: ଚାଲୁ ମାସର ୧୫ତାରିଖରେ ଆରମ୍ଭ ହୋଇଥିବା FASTag ବାର୍ଷିକ ଟୋଲ୍ ପାସ୍‌କୁ ଯାତ୍ରୀମାନେ ବେଶ୍ ପ୍ରଶଂସା କରୁଛନ୍ତି। କେବଳ ଚାରି ଦିନରେ ପାଞ୍ଚ ଲକ୍ଷରୁ ଅଧିକ ପାସ୍‌ ଜାରି ହୋଇଛି। ଏଥିରେ ତାମିଲନାଡୁ ସର୍ବାଧିକ ପାସ୍‌ ଜାରି କରିଛି, ଯେଉଁଠିକି କର୍ଣ୍ଣାଟକ ଓ ହରିୟାଣା ପଛରେ ରହିଛି। ମନ୍ତ୍ରାଳୟ ସୂଚନା ଅନୁସାରେ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏହି ପାସ୍‌ ସର୍ବାଧିକ ବ୍ୟବହୃତ ହେଉଛି।

‘ରାଜମାର୍ଗଯାତ୍ରା’ ମୋବାଇଲ୍ ଆପ୍ Google Play Storeର Travel ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ୧୫ ଲକ୍ଷରୁ ଅଧିକଥର ଡାଉନଲୋଡ୍ ହୋଇଛି।

FASTag ବାର୍ଷିକ ପାସ୍‌ର ଲକ୍ଷ୍ୟ ହେଉଛି ରାଜପଥରେ ସୁଗମ, ଦ୍ରୁତ, ସୁବିଧାଜନକ ଏବଂ ଦକ୍ଷ ଟୋଲିଂ ଅଭିଜ୍ଞତା ଦେବା। ପୂର୍ବରୁ ଏହି ସୁବିଧା କେବଳ ବାଣିଜ୍ୟିକ ଯାନବାହନ ପାଇଁ ସୀମିତ ଥିଲେ, ଏବେ ସାଧାରଣ ଯାନମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ।

ବାର୍ଷିକ ପାସ୍‌କୁ କେବଳ ‘ରାଜମାର୍ଗଯାତ୍ରା’ ଆପ୍ କିମ୍ବା NHAI ୱେବସାଇଟ୍ ମାଧ୍ୟମରେ ସକ୍ରିୟ କରାଯାଇପାରିବ। ଯୋଗ୍ୟତା ଯାଞ୍ଚ ପରେ, ୨୦୨୫-୨୬ ବର୍ଷ ପାଇଁ ୩,୦୦୦ ଟଙ୍କା ଦେଲେ, ସାଧାରଣତଃ ଦୁଇ ଘଣ୍ଟା ମଧ୍ୟରେ ପାସ୍‌ ସକ୍ରିୟ ହୋଇଯାଇଥାଏ।

କିପରି ସକ୍ରିୟ କରିବେ FASTag ବାର୍ଷିକ ପାସ୍ (୧୦ ପଦକ୍ରମରେ):

  1. ‘ରାଜମାର୍ଗଯାତ୍ରା’ ଆପ୍‌ ଡାଉନଲୋଡ୍ କରନ୍ତୁ।
  2. ବାର୍ଷିକ ପାସ୍ ବିକଳ୍ପ ବାଛନ୍ତୁ।
  3. ‘ପ୍ରି-ବୁକ୍’ ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ।
  4. ଫର୍ମ ପୂରଣ ପାଇଁ ‘ଗେଟ୍ ଷ୍ଟାର୍ଟେଡ୍’ ଉପରେ କ୍ଲିକ୍ କରନ୍ତୁ।
  5. ଆପଣଙ୍କର ଗାଡ଼ି ନମ୍ବର ଲେଖନ୍ତୁ।
  6. ଯାନର ଯୋଗ୍ୟତା ଯାଞ୍ଚ କରନ୍ତୁ।
  7. ମୋବାଇଲ୍ ନମ୍ବର OTP ଯାଞ୍ଚ କରନ୍ତୁ।
  8. OTP ପରେ ପେମେଣ୍ଟ ବିକଳ୍ପ ପାଇବେ।
  9. UPI, କାର୍ଡ କିମ୍ବା ନେଟ୍‌ବ୍ୟାଙ୍କିଂ‌ରେ ଟଙ୍କା ଦିଅନ୍ତୁ।
  10. ପେମେଣ୍ଟ ପରେ ୨ ଘଣ୍ଟା ମଧ୍ୟରେ ପାସ୍ ସକ୍ରିୟ ହେବ।