ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦ ଅଗଷ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ସେ ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରିବା ସହିତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦିଲ୍ଲୀ ଆସିଲେ ଭେଟିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।
ଗତ ଶୁକ୍ରବାର ସନ୍ଧ୍ୟାରେ ଡିହାଇଡ୍ରେଶନ୍ରୁ ନବୀନ ଅସୁସ୍ଥ ହୋଇଥିଲେ। ପ୍ରଥମେ ଡାକ୍ତରୀ ଦଳ ତାଙ୍କ ନିବାସରେ ପରୀକ୍ଷା କରିଥିଲେ, ପରେ ସମ୍ ଅଲ୍ଟିମେଟ୍ ହସ୍ପିଟାଲକୁ ନେଇଯାଇଥିଲା।
ଉଲ୍ଲେଖନୀୟ, ଗତ ଜୁନ୍ ୨୦ରେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ୨୧ ଦିନ ଚିକିତ୍ସା ପରେ ସେ ଜୁଲାଇ ୧୨ରେ ଭୁବନେଶ୍ୱରକୁ ଫେରିଥିଲେ ଓ ସେଠାରୁ ନିବାସରେ ରହି ଦଳୀୟ କାର୍ଯ୍ୟରେ ସୀମିତ ଭାବରେ ଯୋଗ ଦେଇଆସୁଛନ୍ତି।
ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି, “ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ନବୀନଜୀ ଖୁବ୍ଶୀଘ୍ର ସୁସ୍ଥ ହେଉନ୍ତୁ।” ରାଜ୍ୟବାସୀଙ୍କ ଆଶୀର୍ବାଦ ତାଙ୍କ ସହିତ ରହିଛି ବୋଲି ସେ କହିଛନ୍ତି।





