ଚେନ୍ନାଇ:
Madras High Court ତାମିଲନାଡୁରେ ଗୋହତ୍ୟା ଉପରେ କଡ଼ା ନିଷେଧାଜ୍ଞା ଜାରି କରିଛନ୍ତି। ବୁଧବାର ଅଦାଲତ ରାଜ୍ୟ ସରକାରଙ୍କୁ ୧୯୭୬ ମସିହାରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକରୀ କରିବାକୁ ଆଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା।
ଗ୍ରୀଷ୍ମକାଳୀନ ଅବକାଶ ବେଞ୍ଚରେ ଥିବା ଜଷ୍ଟିସ୍ ଜି.ଆର୍. ସ୍ୱାମୀନାଥନ୍ ଓ ଜଷ୍ଟିସ୍ ଭି. ଲକ୍ଷ୍ମୀନାରାୟଣନଙ୍କ ଖଣ୍ଡପୀଠ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହି ନିୟମ କଡ଼ାକଡ଼ି ପାଳନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ବକ୍ରିଦ୍ ପର୍ବ ସମେତ ଆଗାମୀ ଦିନରେ କୌଣସି ସମୟରେ ମଧ୍ୟ ରାଜ୍ୟର କେଉଁଠି ଗାଈ କିମ୍ବା ବାଛୁରୀ ହତ୍ୟା ହେବା ଉଚିତ୍ ନୁହେଁ। ଏହା ନିଶ୍ଚିତ କରିବା ପାଇଁ ପ୍ରଶାସନକୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି।
ଏହି ରାୟ ପରେ Tamil Naduରେ ଗୋ ସୁରକ୍ଷା ଓ ଧାର୍ମିକ ପର୍ବ ସମୟରେ ପଶୁ ହତ୍ୟାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।




