ଅନଲାଇନ୍‌ ଆପ୍‌ ଆଧାରିତ ଯାତ୍ରୀ ପରିବହନ ସେବାରେ ଚାଳକଙ୍କ ମନମାନି ଉପରେ ଲାଗିବ ରୋକ। ଓଲା, ଉବର ଓ ରାପିଡୋ ଭଳି ଆପ୍‌ ଆଧାରିତ କ୍ୟାବ୍‌ ଓ ବାଇକ୍‌ ସେବାରେ ନିୟମ ଉଲ୍ଲଂଘନ କଲେ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଭଡ଼ା, ଯାତ୍ରୀ ସୁରକ୍ଷା, ରାଇଡ୍‌ ବାତିଲ ଓ ଅନ୍ୟାନ୍ୟ ଅଭିଯୋଗକୁ ନେଇ ଚାଳକମାନଙ୍କ ପାଇଁ ନିୟମ କଡ଼ାକଡ଼ି କରାଯିବ।