ୱାସିଂଟନ: ଆମେରିକାର Texasରେ ଏକ ନୂଆ ତୈଳ ବିଶୋଧନାଗାର ପ୍ରକଳ୍ପରେ ଭାରତୀୟ କମ୍ପାନୀ Reliance Industries ବଡ଼ ନିବେଶ କରିବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି Donald Trump

ଟ୍ରମ୍ପଙ୍କ କହିବା ଅନୁସାରେ, ପ୍ରାୟ ୫୦ ବର୍ଷ ପରେ ଆମେରିକାରେ ଏପରି ବୃହତ୍‌ ତୈଳ ବିଶୋଧନାଗାର ପ୍ରକଳ୍ପ ଘୋଷଣା ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୩୦୦ ବିଲିୟନ୍‌ ଡଲାର ନିବେଶ ହେବାକୁ ଥିବାବେଳେ ଏହାକୁ ଆମେରିକା ଇତିହାସର ସବୁଠାରୁ ବଡ଼ ନିବେଶ ଚୁକ୍ତି ବୋଲି ସେ କହିଛନ୍ତି।

ବର୍ତ୍ତମାନ ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ଚାଲିଥିବା ବେଳେ, ବିଶେଷକରି Iranକୁ ନେଇ ଉତ୍ତେଜନା ବଢ଼ୁଥିବା ସମୟରେ ଏହି ଘୋଷଣା ହୋଇଛି। ଟ୍ରମ୍ପ ଏହି ନିବେଶ ପାଇଁ India ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ଟ୍ରମ୍ପଙ୍କ ଅନୁସାରେ, ଏହି ବିଶୋଧନାଗାର ପ୍ରକଳ୍ପ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିବା ସହ ଆମେରିକାର ଶକ୍ତି ସୁରକ୍ଷାକୁ ଶକ୍ତିଶାଳୀ କରିବ। ଏହା ଆମେରିକୀୟ ବଜାରକୁ ଇନ୍ଧନ ଯୋଗାଇବା ସହ ଦେଶର ଶକ୍ତି ଉତ୍ପାଦନ ବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ଆମେରିକା ଅର୍ଥନୀତିରେ କୋଟି କୋଟି ଡଲାରର ଆର୍ଥିକ ପ୍ରଭାବ ପଡ଼ିବ ଓ ଏହା ବିଶ୍ୱର ସବୁଠାରୁ ସ୍ୱଚ୍ଛ ରିଫାଇନାରି ମଧ୍ୟରୁ ଗୋଟିଏ ହେବ।