ଭୁବନେଶ୍ୱର, ୪ ସେପ୍ଟେମ୍ବର: ଫୁଲକୁ ସାଧାରଣତଃ ପୂଜା, ସଜାଣା କିମ୍ବା ଶୌଭାର୍ଥେ ବ୍ୟବହାର କରାଯାଏ। କିନ୍ତୁ କିଛି ଫୁଲରେ ରହିଛି ଅସାଧାରଣ ଔଷଧୀୟ ଗୁଣ। ସେଥିରେ ମନ୍ଦାର ଫୁଲ (Hibiscus) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।

ଔଷଧୀୟ ଲାଭ

  • ରକ୍ତଚାପ ନିୟନ୍ତ୍ରଣ: ମନ୍ଦାର ଫୁଲର ରସ ପାନ କଲେ ଉଚ୍ଚରକ୍ତଚାପ ନିୟନ୍ତ୍ରଣରେ ରହେ।
  • କୋଲେଷ୍ଟ୍ରୋଲ୍‌ କମାଇବା: ଏହାର ରସ ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟ୍ରୋଲ୍‌କୁ କମାଇବାରେ ସାହାଯ୍ୟ କରେ।
  • ଭିଟାମିନ୍‌ C ରେ ପ୍ରଚୁର: କେଶପାତ, କେଶର କ୍ଷତି ଓ ରାସାୟନିକ ପ୍ରଭାବରୁ ସୁରକ୍ଷା ଦିଏ।
  • ସର୍ବତ ଓ ଚା’: ମନ୍ଦାର ଫୁଲର ସର୍ବତ କିମ୍ବା ଚା’ ପାନ କଲେ ଶରୀର ଥଣ୍ଡା ରହେ, ଜ୍ୱର, ମୁଣ୍ଡବ୍ୟଥା, ନାକରୁ ରକ୍ତବୋହିବା ପରି ସମସ୍ୟାକୁ ଦୂର କରେ।
  • ହୃଦୟ ଓ ମସ୍ତିଷ୍କ ପାଇଁ ଲାଭକାରୀ: ଶରୀରକୁ ସକ୍ତି ଯୋଗାଇଥାଏ ଏବଂ ସ୍ମୃତିଶକ୍ତିକୁ ମଜବୁତ କରେ।

ଚାଷ ପାଇଁ ଆବଶ୍ୟକତା

ମନ୍ଦାର ଗଛକୁ ପ୍ରଚୁର ସୂର୍ଯ୍ୟ କିରଣ, ଉପଯୁକ୍ତ ଆର୍ଦ୍ରତା ଓ ସମତୋଳ ତାପମାତ୍ରା ଆବଶ୍ୟକ। ଏହି ସ୍ଥିତିରେ ଗଛ ଭଲ ଭାବେ ବୃଦ୍ଧି ପାଇଥାଏ।