ଲକ୍ଷ୍ଣୋ: ପ୍ରେମ ସମ୍ପର୍କ ଓ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବର୍ଗୀକୃତ କରିହେବ ନାହିଁ ବୋଲି ଆହଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ କରିଛି।

ମାହୋବା ଜିଲ୍ଲାର ଚରଖାରୀ ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଉପରେ ସୁନାନି ସମୟରେ, ବିଚାରପତି ଅରୁଣ କୁମାର ସିଂହ ଦେଶୱାଲଙ୍କ ଏକକ ବେଞ୍ଚ କହିଛନ୍ତି— ଯଦି ଜଣେ ମହିଳା ଆରମ୍ଭରୁ ଜାଣନ୍ତି ଯେ ସାମାଜିକ କାରଣରୁ ବିବାହ ସମ୍ଭବ ନୁହେଁ, ତଥାପି ବର୍ଷ ବର୍ଷ ଧରି ସହମତିରେ ସମ୍ପର୍କ ବଜାୟ ରଖନ୍ତି, ତେବେ ଏହାକୁ ଦୁଷ୍କର୍ମ କୁହିହେବ ନାହିଁ।

ମହିଳା ଜଣକ ତାଙ୍କ ସହକର୍ମୀ ଲେଖପାଲ ବିରୋଧରେ ବିବାହ ବାହାନାରେ ଦୁଷ୍କର୍ମ, ବ୍ଲାକମେଲ୍ ଓ ଜାତିଗତ ଅପମାନର ଅଭିଯୋଗ କରିଥିଲେ। ସେ କହିଥିଲେ, ୨୦୧୯ରେ ଜନ୍ମଦିନ ପାର୍ଟି ବାହାନାରେ ଘରକୁ ଡାକି ମଦ୍ୟପାନ କରାଇଥିଲେ, ପରେ ଦୁଷ୍କର୍ମ କରି ଭିଡିଓ ତିଆରି କରିଥିଲେ। ଏହା ପରେ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ବଜାୟ ରଖିଥିଲେ, କିନ୍ତୁ ପରେ ଜାତିଗତ ଅପମାନ କରି ବିବାହକୁ ଅସ୍ୱୀକାର କରିଥିଲେ।

ହାଇକୋର୍ଟ, ତଳସ୍ଥରର କୋର୍ଟଙ୍କ ରାୟକୁ ବର୍ଜିତ କରି, ସମସ୍ତ ପ୍ରମାଣ ଓ ତଥ୍ୟ ବିଚାର କରିବା ପରେ ପୀଡିତାଙ୍କ ଆବେଦନକୁ ଖାରଜ କରିଦେଇଛି।