ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ପୁଣିଥରେ ବଡ଼ ଖବର ଆସିଛି। ୨୦୨୪ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର କଳକି ୨୮୯୮ ଏଡି ଫିଲ୍ମର ସିକ୍ୱେଲରୁ ସେ ବାଦ ହୋଇଛନ୍ତି। ନିର୍ମାତା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ପୋଷ୍ଟରେ ଲେଖାଯାଇଛି – “ଆନୁଷ୍ଠାନିକ ଭାବରେ ଘୋଷଣା କରୁଛୁ ଯେ, ଦୀପିକା ପାଦୁକୋନ କଳକି ୨୮୯୮ ଏଡିର ଆଗାମୀ ସିକ୍ୱେଲର ଅଂଶ ହେବେ ନାହିଁ। ବିସ୍ତୃତ ଚର୍ଚ୍ଚା ପରେ ଆମେ ଏକାପଥେ ଚାଲିବାକୁ ନିଷ୍ପତ୍ତି ନେଇଛୁ। ପ୍ରଥମ ଫିଲ୍ମରୁ ଆମର ସହଭାଗୀତା ସତ୍ତ୍ୱେ, ଆଗକୁ ସେଥିରେ ସମ୍ମିଳନ ହେବ ନାହିଁ।”

ସୂତ୍ରମାନଙ୍କ ଅନୁସାରେ, ନିର୍ମାତାମାନେ ଦୀପିକାଙ୍କ ପ୍ରତିବଦ୍ଧତା ପ୍ରତି ସନ୍ଦେହ କରୁଥିବାରୁ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଏହା ପୂର୍ବରୁ ମଧ୍ୟ, ପ୍ରଭାସଙ୍କ ସହ ସ୍ପିରିଟ୍ ଫିଲ୍ମରୁ ଦୀପିକାଙ୍କୁ ବାହାର କରାଯାଇଥିଲା। ସେତେବେଳେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା କହିଥିଲେ, ଦୀପିକାଙ୍କ କିଛି ଦାବି (ଯେପରି ୮ ଘଣ୍ଟିଆ ସିଫ୍ଟ ସୀମିତକରଣ) ନିର୍ମାତାମାନଙ୍କ ପସନ୍ଦ ହୋଇନଥିଲା, ଯାହାର ଫଳରେ ସେକଥିରେ ବାଦ ହୋଇଥିଲେ।