ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ରୀଙ୍କ ଉପରେ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବରେ ବଢ଼ୁଛି। ଏହା ସମ୍ପର୍କିତ ସାଙ୍ଘାତିକ ତଥ୍ୟ ଆଜି ବିଧାନସଭାରେ ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେବାବେଳେ ଏହାକୁ ସାମ୍ନାକୁ ଆଣିଛନ୍ତି।

ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ସେଥିରୁ ୬ଟି ଯୌନ ନିର୍ଯାତନା, ୯ଟି ମାନସିକ ନିର୍ଯାତନା, ୨ଟି ଅଭଦ୍ର ବ୍ୟବହାର ଓ ୨ଟି ଅନ୍ୟାନ୍ୟ ମାମଲା ରହିଛି।

ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି, ଯେଉଁଥିରୁ ୩ଟି ଯୌନ ନିର୍ଯାତନା। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୩ଟି ମାନସିକ ନିର୍ଯାତନା, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧ଟି ଯୌନ ନିର୍ଯାତନା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଗୋଟେ ମାନସିକ ନିର୍ଯାତନା ଓ ଗୋଟେ ଅସଦାଚରଣ ମାମଲା ରହିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ଟି ମାନସିକ ନିର୍ଯାତନା ମାମଲା ରିପୋର୍ଟ ହୋଇଛି।

ଚିନ୍ତାଜନକ ଭାବେ, ଓଡ଼ିଶାର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ମଧ୍ୟ ଯୌନ ନିର୍ଯାତନାର ଘଟଣା ଦର୍ଜା ହୋଇଛି। ଜଣେ ଛାତ୍ରୀ ଯୌନ ନିର୍ଯାତନାର ସହିତ ମାନସିକ ନିର୍ଯାତନାର ମୁହାଁ ହୋଇଛନ୍ତି।