ଭୁବନେଶ୍ୱର: ଓଡ଼ିଶାରୁ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘Paid Period Leave — A Right, Not a Favor’ ନ୍ୟୁୟର୍କର ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ପ୍ରଦର୍ଶିତ ହୋଇ ବିଶ୍ୱମଞ୍ଚରେ ଓଡ଼ିଆଙ୍କୁ ଗର୍ବିତ କରିଛି । ଏହା ପୃଥିବୀର ପ୍ରଥମ ପେଡ୍ ପିରିଅଡ୍ ଲିଭ୍ ବିଷୟରେ ନିର୍ମିତ ଡକ୍ୟୁମେଣ୍ଟାରୀ ଭାବେ ଗଣ୍ୟ ହେଉଛି ।

୩୩ ମିନିଟର ଏହି ଫିଲ୍ମରେ ସମ୍ବଲପୁରର ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ସଂଘର୍ଷ ଓ ପ୍ରେରଣାଦାୟୀ ଯାତ୍ରାକୁ ଦେଖାଯାଇଛି । ସେ ପେଡ୍ ପିରିଅଡ୍ ଲିଭ୍ ପାଇଁ କରୁଥିବା ଲଢେଇ କିପରି ଓଡ଼ିଶାରୁ ଆରମ୍ଭ ହୋଇ ଅନ୍ୟାନ୍ୟ ରାଜ୍ୟରେ ସୁଧାର ଆଣିବାରେ ପ୍ରେରଣା ଦେଲା, ତାହାକୁ ଫିଲ୍ମରେ ଉଦ୍ଭାସିତ କରାଯାଇଛି ।

ଏହାର ନିର୍ଦ୍ଦେଶନା ପ୍ରଦୀପ କୁମାର ନାୟକ କରିଥିବା ବେଳେ, ପ୍ରଯୋଜନାର ଭାର ରଞ୍ଜନ କୁମାର ଦାଶ, ଜଗମୋହନ ତ୍ରିପାଠୀ ଓ ଅଂଶୁମାନ ନାୟକ ନେଇଥିଲେ । କ୍ରିଏଟିଭ ଡିରେକ୍ଟର ଭାବେ ଆଶିଷ କୁମାର ନାୟକ ଯୋଗ ଦେଇଥିଲେ ।

ସିନେମାର ପୋଷ୍ଟରକୁ ବିଶ୍ୱବିଖ୍ୟାତ ସେଫ୍ ବିକାସ ଖାନ୍ନା ଓ ଆମେରିକୀୟ ଅଭିନେତ୍ରୀ-ଲେଖିକା ରେନେ କ୍ନୋର୍ ଲଞ୍ଚ କରିଥିଲେ । ସେମାନେ ଫିଲ୍ମକୁ ଅତ୍ୟଧିକ ପ୍ରଶଂସା କରିଥିଲେ ।

‘ପେଡ୍ ପିରିଅଡ୍ ଲିଭ୍’ କେବଳ ଏକ ଡକ୍ୟୁମେଣ୍ଟାରୀ ନୁହେଁ, ଏହା ଏକ ଆନ୍ଦୋଳନ—ନାରୀଙ୍କ ମାସିକ ମର୍ଯ୍ୟାଦା, କାର୍ଯ୍ୟସ୍ଥଳର ନ୍ୟାୟ ଓ ଲିଙ୍ଗ ସମାନତାକୁ ବିଶ୍ୱ ସ୍ତରରେ ଆଲୋଚନାରେ ଆଣିଛି ।