ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ବିଲ୍ ଗେଟ୍ସ ଏବେ ଛୋଟପରଦାରେ ଅଭିନୟ କରିବାକୁ ଯାଉଛନ୍ତି। ସେ ସ୍ମୃତି ଇରାନୀଙ୍କ ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨’ ରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସୂତ୍ର ଅନୁସାରେ, ବିଲ୍ ଗେଟ୍ସ ଏହି ଧାରାବାହିକର ତିନିଟି ଅଧ୍ୟାୟ‌ରେ ଦେଖାଯିବେ, ଯେଉଁଠାରେ ସୋ’ରେ ତାଙ୍କ ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ ଏକ ଭିଡିଓ କଲ୍ ସିନ୍ ଥିବ। ଏହି ସିନ୍ ମାଧ୍ୟମରେ ସେମାନେ କେବଳ ସାଧାରଣ ଆଲୋଚନା ନୁହେଁ, ବରଂ ଏକ ସାମାଜିକ ସନ୍ଦେଶ ଦେବାକୁ ଚେଷ୍ଟା କରିବେ।

ବିଲ୍ ଗେଟ୍ସଙ୍କ ‘ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍’ ଦୀର୍ଘ ଦିନ ଧରି ଶିଶୁ ମୃତ୍ୟୁହାର ହ୍ରାସ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ନେଇ କାମ କରୁଛି। ଏହି ଟ୍ରାକ୍‌ଟି ମଧ୍ୟ ସେହି ସଂସ୍ଥା ସହିତ ମିଳିତ ଭାବରେ ସୃଷ୍ଟି କରାଯାଇଛି ଏବଂ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ବିଷୟକ ସନ୍ଦେଶକୁ ଉଭାହା କରିବ।

ସ୍ମୃତି ଇରାନୀଙ୍କ ମତାନୁସାରେ, ଏହି ସିରିଏଲ୍ କେବଳ ମନୋରଞ୍ଜନ ନୁହେଁ, ଏହା ଦର୍ଶକଙ୍କୁ ସାମାଜିକ ଜାଗୃକତା ଓ ଶିକ୍ଷାପ୍ରଦ ବାର୍ତ୍ତା ଦେବାକୁ ଉଦ୍ଦିଷ୍ଟ। “କ୍ୟୁଙ୍କି ସାସ୍ ଭି କଭି ବହୁ ଥି” ପୂର୍ବରୁ ମଧ୍ୟ ମହିଳାଙ୍କ ବ୍ୟକ୍ତିଗତ ଓ ପାରିବାରିକ ସଂଘର୍ଷକୁ ଚିତ୍ରଣ କରିଥିଲା, ଏବେ ଏହି ନୂଆ ଅଧ୍ୟାୟ ସେହି ଯାତ୍ରାକୁ ଆଗକୁ ନେବ।