ମୁମ୍ବାଇ: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କେବଳ କ୍ରିଡ଼ା ଓ ଚଳଚ୍ଚିତ୍ର ଜଗତରେ ନୁହେଁ, ବ୍ୟବସାୟ ଜଗତରେ ମଧ୍ୟ ନିଜ ଚିହ୍ନ ସୃଷ୍ଟି କରିଛନ୍ତି। କୋହଲିଙ୍କ ‘One8 Commune’ ନାମକ ରେସ୍ତୋରାଁ, ଯାହା ୨୦୨୨ରେ ମୁମ୍ବାଇର ଜୁହୁରେ ପୂର୍ବତନ ସଙ୍ଗୀତଶିଳ୍ପୀ କିଶୋର କୁମାରଙ୍କ ‘ଗୌରୀ କୁଞ୍ଜ’ ବଙ୍ଗଳାରେ ଆରମ୍ଭ ହୋଇଥିଲା, ଏବେ ନେଟିଜେନଙ୍କ ମଧ୍ୟରେ ଭାଇରାଲ୍ ହେଇଛି।

ସୋସିଆଲ୍ ମିଡିଆରେ ଏହି ରେସ୍ତୋରାଁର ମେନୁ ଭାଇରାଲ୍ ହେବା ପରେ ଖାଦ୍ୟର ଦର ନେଇ ଲୋକମାନେ ଅଭିମତ ଦେଉଛନ୍ତି। ମେନୁଅନୁସାରେ —

  • ତନ୍ଦୁରି ରୋଟି କିମ୍ବା ବେବି ନାନ୍: ₹118
  • ସଲ୍ଟେଡ୍ ଫ୍ରାଇଜ୍: ₹348
  • ବିରିୟାନି: ₹978
  • ଚିକେନ୍ ଚେଟିନାଡ୍: ₹878
  • ଲ୍ୟାମ୍ ଶ୍ୟାଙ୍କ (Lamb Shank): ₹2,318 — ଯାହା ମେନୁର ସବୁଠାରୁ ମହଙ୍ଗା ଆଇଟମ୍‌।

କୋହଲି ପୂର୍ବରୁ ଏକ ଭିଡିଓରେ କହିଥିଲେ, “ମୁଁ ଏପରି ସ୍ଥାନ ପସନ୍ଦ କରେଯେଉଁଠାରେ ଯେକେହି ସମୟରେ ଆସି ଖାଇପାରନ୍ତି। ଆମେ ଏଠାରେ ଦିନସାରା ସେବା ଦେଉଛୁ ଏବଂ ଅନେକ ଇଭେଣ୍ଟସ୍‌ ବି କରୁଛୁ।”

ରେସ୍ତୋରାଁର ଅନ୍ତର୍ନିହିତ ଡିଜାଇନ୍‌ ‘raw and casual’ ଧାରଣାରେ ତିଆରି ହୋଇଥିବାରୁ ଏହା ଯୁବପିଢ଼ୀ ମଧ୍ୟରେ ବିଶେଷ ପ୍ରସିଦ୍ଧି ହାସଲ କରିଛି।