ନୂଆଦିଲ୍ଲୀ, ୭ ନଭେମ୍ବର: ଜାତୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ସମାବେଶରେ ସମ୍ବୋଧନ ଦେଇ ସେ ୧୯୩୭ରେ କଂଗ୍ରେସ ଅଧିବେଶନ ସମୟରେ ଘଟିଥିବା ଏକ ଇତିହାସିକ ଘଟଣା ଉପରେ ଗୁରୁତ୍ୱ ଦେଇଥିଲେ।

ସେ କହିଥିଲେ ଯେ, ସେହି ସମୟରେ ଫୈଜାବାଦ ଅଧିବେଶନରେ “ବନ୍ଦେ ମାତରମ୍” ଗୀତର ଗୁରୁତ୍ୱପୂର୍ଣ୍ଣ ପଙ୍କ୍ତିଗୁଡ଼ିକୁ କାଟି ଦିଆଯାଇଥିଲା, ଯାହା ଦେଶରେ ବିଭାଜନର ବୀଜ ବୁଣିଥିଲା।

“ବନ୍ଦେ ମାତରମର ଆତ୍ମା ଖଣ୍ଡି ଯାଇଥିଲା” — ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସ୍ୱାଧୀନତା ସଂଗ୍ରାମ ସମୟରେ ବନ୍ଦେ ମାତରମ୍ ର ଆତ୍ମା ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିଲା। କିନ୍ତୁ ୧୯୩୭ରେ ଯେତେବେଳେ ଏହି ଗୀତକୁ ଖଣ୍ଡ ଖଣ୍ଡ କରାଗଲା, ଏହା କେବଳ ଗୀତର ଆତ୍ମାକୁ ନୁହେଁ, ଦେଶର ଏକତାର ଆଧାରକୁ ମଧ୍ୟ ଅକ୍ଷୁଣ କରିଥିଲା।”

ସେ ଆହୁରି କହିଥିଲେ ଯେ, ଏହି ଘଟଣା ଦେଶରେ ବିଭାଜନକାରୀ ମନୋଭାବକୁ ଜନ୍ମ ଦେଇଥିଲା ଏବଂ ସେହି ମନୋଭାବ ଆଜି ପର୍ଯ୍ୟନ୍ତ ଦେଶ ପାଇଁ ଚିନ୍ତାର କାରଣ ହୋଇରହିଛି।

“ଇତିହାସ ବୁଝିବା ଆଜିର ପିଢ଼ି ପାଇଁ ଆବଶ୍ୟକ”

ପ୍ରଧାନମନ୍ତ୍ରୀ ଆହ୍ୱାନ କଲେ ଯେ ଯୁବ ପିଢ଼ିକୁ ଏହି ଇତିହାସ ବୁଝିବା ଉଚିତ, ଯାହା ଆମ ଜାତୀୟ ଗୀତ ଏବଂ ତାହାର ଆଦର୍ଶ ସହ ଗଭୀର ଭାବରେ ସମ୍ପୃକ୍ତ।