ନୂଆଦିଲ୍ଲୀ, 22 ନଭେମ୍ବର: ବିହାର ବିଧାନସଭା ନିର୍ବାଚନରେ ଭାଜପା ଦଳର ଭାରି ବିଜୟ ପରେ ଏବେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଗତି ପାଇଛି। ୨୯ଟି ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଥିବାବେଳେ ଉତ୍ତରପ୍ରଦେଶ ଓ କର୍ନାଟକରେ ପ୍ରକ୍ରିୟା ଜାରି ରହିଛି। ପାର୍ଟି ସୂତ୍ର ଅନୁସାରେ, 2026 ଜାନୁଆରୀ ମଧ୍ୟରେ ନୂଆ ଭାଜପା ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉତ୍ତରାଧିକାରୀ ପଦ ପାଇଁ ଦଳ ମଧ୍ୟରେ ଚର୍ଚ୍ଚା ଚରମକୁ ପହଞ୍ଚିଛି। ଆଗାମୀ ଅଧ୍ୟକ୍ଷ ପଦ ପାଇଁ ଯେଉଁ ନେତାମାନଙ୍କ ନାମ ଭଳିଭାବରେ ଚର୍ଚ୍ଚାରେ ରହିଛି ସେମାନେ ହେଲେ—

  • ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ,
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,
  • କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ,
  • ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।

ଦଳର ସଂଗଠନୀୟ ସୁଦୃଢତା ଓ 2029 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିକୁ ଭାଜପା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଭାବେ ନେଉଛି।