ମୁମ୍ବାଇ: ସିନେପ୍ରେମୀଙ୍କ ପାଇଁ ପୁଣିଥରେ ରୋମାଞ୍ଚକର ଅନୁଭୂତି ନେଇ ଆସୁଛି ‘ଅବତାର’ ଫ୍ରାଞ୍ଚାଇଜର ତୃତୀୟ କଡ଼ି। ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ଶୃଙ୍ଖଳାର ପାର୍ଟ–୩ ‘ଅବତାର: ଫାୟାର ଆଣ୍ଡ ଆଶ’ ନୂଆ ଆକୃତି ଓ ଭିନ୍ନ କାହାଣୀ ସହ ପାଣ୍ଡୋରା ଦୁନିଆକୁ ପୁନର୍ବାର ପରଦାରେ ଜୀବନ୍ତ କରିବାକୁ ଯାଉଛି।

ପୂର୍ବରୁ ମୁକ୍ତିପ୍ରାପ୍ତ ଦୁଇଟି ଭାଗରେ ପାଣି, ପ୍ରକୃତି ଓ ସଂଘର୍ଷର କାହାଣୀ ଦର୍ଶକଙ୍କୁ ଆକର୍ଷିତ କରିଥିବା ବେଳେ, ଏଥର ତୃତୀୟ ଭାଗରେ ନିଆଁ ଓ ଧୂଳିକୁ କେନ୍ଦ୍ର କରି ଏକ ନୂଆ ଅଧ୍ୟାୟ ଦେଖିବାକୁ ମିଳିବ। ପାଣ୍ଡୋରାର ସୌନ୍ଦର୍ଯ୍ୟ ସହ ସଂଘର୍ଷର ଭିନ୍ନ ରୂପକୁ ଉଜାଗର କରିବ ଏହି ଚଳଚ୍ଚିତ୍ର ବୋଲି ଅନୁମାନ କରାଯାଉଛି।

‘ଅବତାର’ ଶୃଙ୍ଖଳା ସଦା ତାହାର ଭିଜୁଆଲ୍ ଏଫେକ୍ଟସ୍, ଶକ୍ତିଶାଳୀ କାହାଣୀ ଓ ନୂଆ ଦୁନିଆର କଳ୍ପନା ପାଇଁ ପରିଚିତ। ତୃତୀୟ ଭାଗକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି। ‘ଫାୟାର ଆଣ୍ଡ ଆଶ’ ମାଧ୍ୟମରେ ପାଣ୍ଡୋରାର କାହାଣୀ କେଉଁ ଦିଗକୁ ମୁହଁ ନେବ, ତାହା ଜାଣିବାକୁ ସିନେପ୍ରେମୀ ଅପେକ୍ଷାରେ ରହିଛନ୍ତି।