ବେଙ୍ଗାଲୁରୁ, ୨୯ା୧୨: କନ୍ନଡ଼ ଏବଂ ତାମିଲ ସିନେ ଜଗତ ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ ଆତ୍ମହତ୍ୟା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ସୋମବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ ନୋଟ ଉଦ୍ଧାର କରିଛି। ଏଥିରେ ଲେଖାଯାଇଛି ଯେ ବିବାହ ପାଇଁ ପରିବାର ଚାପ ପକାଉଥିବାରୁ ସେ ଅବସାଦଗ୍ରସ୍ତ ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହା ସହିତ ବ୍ୟକ୍ତିଗତ ସମସ୍ୟା ମଧ୍ୟ ତାଙ୍କ ଉପରେ ଭାରି ହୋଇ ଯାଇଥିଲା। ତେବେ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ପୁଲିସ ମାମଲାର ତଦନ୍ତ କରୁଛି। ତାମିଲ ଧାରାବାହିକ ‘ଗୌରୀ’ରେ ନିଜ ଭୂମିକା ପାଇଁ ନନ୍ଦିନୀ ପ୍ରସିଦ୍ଧ ଥିଲେ। ସଂଯୋଗବଶତଃ କିଛି ଦିନ ତଳେ ତାଙ୍କ ଚରିତ୍ର ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏବେ ସେ ଏଭଳି ପଦକ୍ଷେପ ନେଇଥିବାରୁ ଧାରାବାହିକକୁ ଏହା ସହ ଯୋଡ଼ି ଦେଖାଯାଉଛି।





