ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଲଗାତାର ନବମ ପୂର୍ଣ୍ଣକାଳୀନ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ମଧ୍ୟବିତ୍ତ, ବେତନଭୋଗୀ, ମହିଳା, କ୍ଷୁଦ୍ର ଶିଳ୍ପ ଓ ପୂର୍ବାଧାର ବିକାଶକୁ ପ୍ରାଥମିକତା ଦିଆଯାଇଛି। ଅର୍ଥନୈତିକ ଶୃଙ୍ଖଳା ରଖି ସ୍ଥିର ଅଭିବୃଦ୍ଧି ଲକ୍ଷ୍ୟରେ ଏହି ବଜେଟ୍ ଗଠନ କରାଯାଇଥିବା କଥା ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଢ଼ିବା ଲକ୍ଷ୍ୟ ସହ ଉଚ୍ଚ ଜିଡିପି ବୃଦ୍ଧି ହାର ଉପରେ ଜୋର ଦିଆଯାଇଛି। ବିଶ୍ୱସ୍ତରୀୟ ଆର୍ଥିକ ଚାପ ମଧ୍ୟରେ ଦେଶୀ ଉତ୍ପାଦନ ଓ ପ୍ରଯୁକ୍ତିକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ରହିଛି।

ବଜେଟ ଅଭିଭାଷଣର ପ୍ରମୁଖ ଘୋଷଣାଗୁଡ଼ିକ:

  1. ପ୍ରଥମଥର ପାଇଁ କର୍ତ୍ତବ୍ୟ ଭବନରୁ ବଜେଟ ଅଭିଭାଷଣ।
  2. ବିତ୍ତୀୟ କମିକୁ ନିୟନ୍ତ୍ରଣରେ ରଖି ତ୍ବରିତ ଅର୍ଥନୈତିକ ବୃଦ୍ଧି ଲକ୍ଷ୍ୟ।
  3. ଭାରତକୁ ବାୟୋଫାର୍ମା କେନ୍ଦ୍ର କରିବା ପାଇଁ ୧୦ ହଜାର କୋଟି ଟଙ୍କାର “ବାୟୋଫାର୍ମା ଶକ୍ତି” ଯୋଜନା।
  4. ଓଡ଼ିଶା ସହ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ ପାଇଁ ସ୍ୱତନ୍ତ୍ର ବିକାଶ ବ୍ୟବସ୍ଥା।
  5. ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରାଯିବ।
  6. ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ବିକାଶ ପାଇଁ ନୂତନ ରୋଡମ୍ୟାପ୍।
  7. ଦେଶର ପ୍ରମୁଖ ସହରକୁ ଯୋଡ଼ିବାକୁ ୭ଟି ହାଇସ୍ପିଡ୍ ରେଳ କରିଡର୍।
  8. ହସ୍ତତନ୍ତ ଓ ଗ୍ରାମୀଣ ଉତ୍ପାଦନ ପାଇଁ “ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ” ଯୋଜନା।
  9. ୪୦,୦୦୦ କୋଟି ବ୍ୟୟରେ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’।
  10. ଗରିବ ଓ ପଛୁଆ ଶ୍ରେଣୀ ପାଇଁ ବିଶେଷ ସମର୍ଥନ ପ୍ୟାକେଜ୍।
  11. ମଧୁମେହ ଓ କର୍କଟ ଚିକିତ୍ସା ଔଷଧ ମୂଲ୍ୟ କମିବା ପ୍ରସ୍ତାବ।
  12. ବୃହତ୍ ବୟନଶିଳ୍ପ ପାର୍କ ସ୍ଥାପନ।
  13. ସହର ଆର୍ଥିକ କ୍ଷେତ୍ର ବିକାଶ ପାଇଁ ପ୍ରତିବର୍ଷ ୫,୦୦୦ କୋଟି ଟଙ୍କା ବ୍ୟୟ।
  14. ୨୦ଟି ନୂତନ ଜଳପଥ ଉନ୍ନୟନ ପ୍ରକଳ୍ପ।
  15. ଓଡ଼ିଶା ସମେତ ଚାରିଟି ରାଜ୍ୟରେ ଖଣିଜ କରିଡର୍ ଗଠନ।
  16. ୩ଟି ନୂତନ ରାସାୟନିକ ଶିଳ୍ପ ପାର୍କ।
  17. କ୍ଷୁଦ୍ର ଓ ମଧ୍ଯମ ଶିଳ୍ପ ପାଇଁ ୧୦,୦୦୦ କୋଟି ଟଙ୍କା ବିନିଯୋଗ।
  18. “ମହାତ୍ମା ଗାନ୍ଧୀ ଆତ୍ମନିଯୁକ୍ତି ଯୋଜନା” ଘୋଷଣା।

ଏହି ବଜେଟକୁ ଅଭିବୃଦ୍ଧିମୁଖୀ ଓ ପୂର୍ବାଧାରକେନ୍ଦ୍ରିକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।