ବାଲେଶ୍ୱର: ବାଲେଶ୍ୱରରେ ବଡ଼ ଧରଣର ସାଇବର ଠକେଇ ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ମୁଲ୍ ଆକାଉଣ୍ଟ (Mule Account) ଜରିଆରେ ପ୍ରାୟ ୫୮ ଲକ୍ଷ ଟଙ୍କାର ଅର୍ଥ ଠକେଇ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୪୭ଟି ଏଟିଏମ୍ କାର୍ଡ ଜବତ୍ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଅନ୍ୟମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ଠକେଇ ଟଙ୍କା ଲେନଦେନ କରୁଥିଲେ।
ପୁଲିସ କହିଛି ଯେ, ଏହି ର୍ୟାକେଟ୍ର ସଂପୃକ୍ତ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଜବତ ହୋଇଥିବା ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ ଡିଜିଟାଲ୍ ସାମଗ୍ରୀକୁ ଖତିଆନ କରାଯାଉଛି।
ସାଧାରଣ ଲୋକଙ୍କୁ ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ ତଥ୍ୟ ଦେବାରୁ ବିରତ ରହିବାକୁ ପୁଲିସ ପକ୍ଷରୁ ସଚେତନ କରାଯାଇଛି।





