କୋଲକାତା: ଆଇସିସି ପୁରୁଷ ଟି–୨୦ ବିଶ୍ୱକପ୍‌–୨୦୨୬ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମାଠରେ ଖେଳାଯାଇଥିବା ୫୨ତମ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଶେଷ ଚାରିରେ ସ୍ଥାନ ପକ୍କା କରିଛି।

ଟସ୍‌ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରି ଭାରତ ସମ୍ମୁଖରେ ୧୯୬ ରନ୍‌ର ଲକ୍ଷ୍ୟ ରଖିଥିଲା।

ଲକ୍ଷ୍ୟ ପଛୁଆ କରିବାକୁ ନାମିଥିବା ଭାରତୀୟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୯.୨ ଓଭରରେ ୫ଟି ୱିକେଟ୍‌ ହରାଇ ୧୯୯ ରନ୍‌ କରି ବିଜୟ ହାସଲ କରିଥିଲା।

ଏହି ବିଜୟରେ ଓପେନର ସଂଜୁ ସାମସନଙ୍କ ଅପୂର୍ବ ଇନିଂସ ମୁଖ୍ୟ ଭୂମିକା ନେଇଥିଲା। ସେ ଦଳକୁ ସ୍ଥିରତା ଦେଇ ଦମଦାର ବ୍ୟାଟିଂ କରିଥିଲେ। ସାମସନ ୫୦ଟି ବଲ୍‌ରେ ୧୨ଟି ଚୌକା ଓ ୪ଟି ଛକା ସହ ୯୭ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କର ଏହି ମ୍ୟାଚ୍‌ଜୟୀ ପାଳି ଭାରତର ସେମିଫାଇନାଲ ପଥକୁ ସହଜ କରିଥିଲା।

ଏହି ବିଜୟ ସହ ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ଖିତାବ ଆଶାକୁ ଆହୁରି ମଜବୁତ କରିଛି।