କୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ ଆୟୋଜିତ ଟି-୨୦ ବିଶ୍ୱକପ୍-୨୦୨୬ର ପ୍ରଥମ ସେମିଫାଇନାଲରେ New Zealand national cricket team ଶାନଦାର ପ୍ରଦର୍ଶନ କରି South Africa national cricket teamକୁ ୯ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବୁଧବାର Eden Gardensରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କିୱି ଦଳ ଏକପକ୍ଷୀୟ ଜୟ ହାସଲ କରିଥିଲା।

ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ବାଛିଥିଲା। Marco Jansenଙ୍କ ଅର୍ଦ୍ଧଶତକ ସତ୍ୱେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ କରିପାରିଥିଲା। ଏହାରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୭୦ ରନ୍‌ର ଲକ୍ଷ୍ୟ ରହିଥିଲା।

ଜବାବରେ କିୱି ଦଳର ପ୍ରାରମ୍ଭିକ ବ୍ୟାଟର Tim SeifertFinn Allen ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ। ଉଭୟ ମିଶି ପ୍ରଥମ ୱିକେଟ୍‌ ପାଇଁ ୫୫ଟି ବଲ୍‌ରେ ୧୧୭ ରନ୍‌ର ଦୃଢ଼ ଭାଗିଦାରୀ କରିଥିଲେ। ସେଫର୍ଟ ୩୩ଟି ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ସହ ୫୮ ରନ୍‌ କରିଥିଲେ।

ଅନ୍ୟପଟେ, ଫିନ୍ ଆଲେନ୍ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ୩୩ଟି ବଲ୍‌ରେ ୧୦ଟି ଚୌକା ଓ ୮ଟି ଛକା ସହ ଅପରାଜିତ ୧୦୦ ରନ୍‌ କରିଥିଲେ। Rachin Ravindra ୧୩ ରନ୍‌ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ୧ଟି ୱିକେଟ୍‌ ହରାଇ ୧୭୩ ରନ୍‌ କରି ଜୟ ହାସଲ କରିଥିଲା।

ଏବେ କିୱି ଦଳ ଆସନ୍ତା ୮ ତାରିଖରେ ଅହମଦାବାଦରେ ହେବାକୁଥିବା ଫାଇନାଲରେ ଖେଳିବ। ମାର୍ଚ୍ଚ ୫ରେ India national cricket teamEngland cricket team ମଧ୍ୟରେ Wankhede Stadiumରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ସେହି ମ୍ୟାଚ୍‌ର ବିଜେତା ଦଳ ଫାଇନାଲରେ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବ।