ଲସ୍ ଆଞ୍ଜେଲସ୍: Academy of Motion Picture Arts and Sciences ପକ୍ଷରୁ ଆୟୋଜିତ ୯୮ତମ Academy Awardsର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର Dolby Theatre, Los Angelesରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।
ଏଥର ନିର୍ଦ୍ଦେଶକ Paul Thomas Andersonଙ୍କ ଫିଲ୍ମ One Battle After Another ସର୍ବାଧିକ ସଫଳତା ହାସଲ କରି ୬ଟି ପୁରସ୍କାର ଜିତିଛି। ଏହି ଚଳଚ୍ଚିତ୍ରଟି ୧୩ଟି ଶ୍ରେଣୀରେ ମନୋନୟନ ପାଇଥିଲା। ସେହିପରି Ryan Cooglerଙ୍କ ନିର୍ଦ୍ଦେଶିତ Sinners ଚାରିଟି ପୁରସ୍କାର ଜିତି ସଫଳ ଚଳଚ୍ଚିତ୍ର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।
ପ୍ରମୁଖ ଓସ୍କାର ବିଜେତାମାନେ
- ଶ୍ରେଷ୍ଠ ସହାୟକ ଅଭିନେତ୍ରୀ: Amy Madigan – Weapons
- ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ: K-Pop Demon Hunters
- ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର: The Girl Who Cried Pearls
- ଶ୍ରେଷ୍ଠ ପୋଷାକ ଡିଜାଇନ୍: Frankenstein – Deborah Lynn Scott
- ଶ୍ରେଷ୍ଠ କାଷ୍ଟିଂ: One Battle After Another
- ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ କ୍ଷୁଦ୍ର ଚଳଚ୍ଚିତ୍ର: The Singers and Two People Exchanging Saliva
- ଶ୍ରେଷ୍ଠ ସହାୟକ ଅଭିନେତା: Sean Penn – One Battle After Another
- ଶ୍ରେଷ୍ଠ ନିର୍ଦ୍ଦେଶକ: Paul Thomas Anderson – One Battle After Another
- ଶ୍ରେଷ୍ଠ ଅଭିନେତା: Michael B. Jordan – Sinners
- ଶ୍ରେଷ୍ଠ ଅଭିନେତ୍ରୀ: Jessie Buckley – Hamnet
- ଶ୍ରେଷ୍ଠ ଚଳଚ୍ଚିତ୍ର: One Battle After Another
- ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ: Sentimental Value (Norway)
ପ୍ରିୟଙ୍କା ଚୋପ୍ରା ଉପସ୍ଥାପିକା
ବଲିଉଡ୍ ଓ ହଲିଉଡ୍ରେ ନିଜର ସ୍ଥାନ ସୃଷ୍ଟି କରିଥିବା Priyanka Chopra ମଧ୍ୟ ଏହି ଆୟୋଜନରେ ଉପସ୍ଥାପିକା ଭାବରେ ଯୋଗ ଦେଇଥିଲେ। ସେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର୍ ଫିଲ୍ମ ବର୍ଗର ବିଜେତାଙ୍କ ନାମ ଘୋଷଣା କରିଥିଲେ, ଯାହା Sentimental Value ଫିଲ୍ମକୁ ମିଳିଥିଲା।





