ଭୁବନେଶ୍ୱର:

ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ.ଏଡ଼ ଓ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଏନେଇ Higher Education Department, Odisha ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପାଠ୍ୟକ୍ରମଗୁଡ଼ିକରେ ଭର୍ତ୍ତି ପାଇଁ ଛାତ୍ରଛାତ୍ରୀଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ୨୩ ମାର୍ଚ୍ଚରୁ ୬ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ SAMS Portal ମାଧ୍ୟମରେ Common Application Form (CAF) ପୂରଣ କରିପାରିବେ।

ଆଡ଼ମିଟ୍ କାର୍ଡ଼ ଓ ପରୀକ୍ଷା ତାରିଖ

ଆବେଦନ ପ୍ରକ୍ରିୟା ଶେଷ ହେବା ପରେ, ପ୍ରାର୍ଥୀମାନଙ୍କର ତଥ୍ୟ State Selection Board, Odishaକୁ ପ୍ରଦାନ କରାଯିବ।

  • ମେ’ ୨୭: ଆଡ଼ମିଟ୍ କାର୍ଡ଼ ଉପଲବ୍ଧ
  • ମେ’ ୩୧: ବି.ଏଡ଼ ପ୍ରବେଶିକା ପରୀକ୍ଷା
  • ଜୁନ ୩: ଏମ.ଏଡ଼ ଓ ବି.ଏଚ.ଏଡ଼ ପରୀକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେରିଟ୍‌ ଆଧାରରେ ଭର୍ତ୍ତି ହେବାରୁ ଆଗ୍ରହୀ ପ୍ରାର୍ଥୀମାନେ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି।