ଚଣ୍ଡିଗଡ଼: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୬ର ଚତୁର୍ଥ ମ୍ୟାଚ୍ରେ ପଂଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଚଣ୍ଡିଗଡ଼ସ୍ଥିତ ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟସ୍ ଜିତି ପଂଜାବ ପ୍ରଥମେ ବୋଲିଂ ବାଛିଥିଲା।
ଏହା ପରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଫଳରେ ପଂଜାବ କିଙ୍ଗ୍ସ ସମ୍ମୁଖରେ ୧୬୩ ରନ୍ର ବିଜୟ ଲକ୍ଷ୍ୟ ରହିଛି।
ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଓ ଅଧିନାୟକ ଶୁଭମନ ଗିଲ୍ ଇନିଂସ ଆରମ୍ଭ କରିଥିଲେ। ଦୁଇଁଜଣ ପ୍ରଥମ ୱିକେଟ୍ ପାଇଁ ୩୭ ରନ୍ର ଭାଗୀଦାରୀ କରିଥିଲେ। ସୁଦର୍ଶନ ୧୩ ରନ୍ କରି ଆଉଟ୍ ହୋଇଥିଲେ। ପରେ ଗିଲ୍ ଜୋସ୍ ବଟଲରଙ୍କ ସହ ୪୪ ରନ୍ର ମହତ୍ତ୍ୱପୂର୍ଣ୍ଣ ସଂଯୋଗ ଗଢ଼ିଥିଲେ। ଗିଲ୍ ୩୯ ରନ୍ କରି ଦଳକୁ ସ୍ଥିର ଆରମ୍ଭ ଦେଇଥିଲେ।
ମଧ୍ୟକ୍ରମରେ ଗ୍ଲେନ୍ ଫିଲିପ୍ସ ୨୫ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। ତାଙ୍କ ସହ ୱାସିଂଟନ ସୁନ୍ଦର ୧୮ ରନ୍ ଯୋଗ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ।
ଗୁଜରାଟ ଟିମ୍ ଶେଷ ପର୍ଯ୍ୟନ୍ତ ସମତୁଳିତ ପ୍ରଦର୍ଶନ କରି ୧୬୨ ରନ୍ରେ ପହଞ୍ଚିଥିଲା। ଏବେ ମ୍ୟାଚ୍ ଜିତିବା ପାଇଁ ପଂଜାବ କିଙ୍ଗ୍ସଙ୍କୁ ୧୬୩ ରନ୍ର ଲକ୍ଷ୍ୟ ଅତିକ୍ରମ କରିବାକୁ ପଡିବ।





