ଭୁବନେଶ୍ୱର: ଆସନ୍ତାକାଲି (ଏପ୍ରିଲ ୧୭) ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜୁ ବାବୁ ଜଣେ ବ୍ୟକ୍ତି ନୁହେଁ ବରଂ ଏକ ଅନୁଷ୍ଠାନ ଥିଲେ ଏବଂ ତାଙ୍କର ଶ୍ରାଦ୍ଧ ସଭାରେ ସମସ୍ତେ ଏକାଠି ହୋଇ ତାଙ୍କୁ ସମ୍ମାନ ଜଣାଇବେ।

ବିଜୟ ମହାପାତ୍ର କହିଛନ୍ତି ଯେ ବିଜୁ ପଟ୍ଟନାୟକ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପରିଧି ଭିତରେ ସୀମିତ ନୁହନ୍ତି। ସେ ସମଗ୍ର ଓଡ଼ିଶାର ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଉଚିତ୍।

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ସ୍ମୃତିଚାରଣ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭୁବନେଶ୍ୱର ସମେତ ପୁରୀ ଏବଂ କଟକରେ ବଡ଼ ଧରଣର ଶ୍ରଦ୍ଧାଞ୍ଜଳି ସଭାର ପ୍ରସ୍ତୁତି ଚାଲିଛି।

ବିଜୁ ବାବୁଙ୍କ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ବିଜୁ ପ୍ରେମୀ ଏବଂ ନେତାମାନେ ଏକଜୁଟ ହୋଇ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।ଏହି ଶ୍ରାଦ୍ଧ ଦିବସରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସାହସିକତା ଓ ଓଡ଼ିଶା ପ୍ରତି ଥିବା ଅବଦାନକୁ ମନେ ପକାଇବେ।