ଭୁବନେଶ୍ୱର : ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ (Panel of Vice-Chairpersons) ପାଇଁ ପୁନଃ ମନୋନୀତ କରାଯାଇଛି।
ବିଜୁ ଜନତା ଦଳ (ବିଜେଡି) ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିଛି। ଗୁରୁବାର ଦିନ ଏହି ନୂତନ ପ୍ୟାନେଲ ଗଠନ ନେଇ ଘୋଷଣା କରାଯାଇଛି, ଯାହା ଏପ୍ରିଲ ୧୫ ଠାରୁ କାର୍ଯ୍ୟକାରୀ ହୋଇଛି।
ଏହି ସଫଳତା ପାଇଁ ସସ୍ମିତ ପାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, “ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ମୁଁ ପ୍ରତିବଦ୍ଧ।”
ଏହି ୬ ଜଣିଆ ପ୍ୟାନେଲରେ ବିଜେପି, କଂଗ୍ରେସ ଏବଂ ଏଆଇଏଡିଏମକେ (AIADMK) ଭଳି ପ୍ରମୁଖ ଦଳର ସଦସ୍ୟମାନେ ସାମିଲ ଅଛନ୍ତି। ସେମାନେ ହେଲେ: ଦିନେଶ ଶର୍ମା (BJP), ଏସ. ଫାଙ୍ଗନନ କୋନିୟାକ (BJP), ଘନଶ୍ୟାମ ତିୱାରୀ (BJP), ଫୁଲୋ ଦେବୀ ନେତାମ (Congress), ଏମ. ଥାମ୍ବିଦୁରାଇ (AIADMK)।




