ମୁମ୍ବାଇ: Indian Premier League 2026 ର ୪୭ତମ ମ୍ୟାଚ୍ରେ Mumbai Indians ଚମତ୍କାର ପ୍ରଦର୍ଶନ କରି Lucknow Super Giants କୁ ୪ ୱିକେଟ୍ରେ ପରାସ୍ତ କରିଛି।
୨୨୯ ରନ୍ର ଦୁର୍ହସ ଲକ୍ଷ୍ୟକୁ ମୁମ୍ବାଇ ୧୮.୪ ଓଭରରେ ୪ଟି ୱିକେଟ୍ ହରାଇ ସଫଳତାର ସହିତ ଅଧିଗମନ କରିଥିଲା। ଦଳର ଜିତରେ Rohit Sharma ଓ Ryan Rickelton ମୁଖ୍ୟ ଭୂମିକା ନେଇଥିଲେ।
ପ୍ରାରମ୍ଭରୁ ଦୁଇଜଣ ବ୍ୟାଟର ଆକ୍ରମଣାତ୍ମକ ଖେଳ ଦେଖାଇ ୧ମ ୱିକେଟ୍ ପାଇଁ ୧୪୩ ରନ୍ର ଦୃଢ଼ ଭାଗିଦାରୀ କରିଥିଲେ। ରିକେଲ୍ଟନ ୩୨ଟି ବଲ୍ରେ ୬ଟି ଚୌକା ଓ ୮ଟି ଛକା ସହିତ ଦୃତ ରନ୍ କରିଥିବା ବେଳେ, ରୋହିତ ୪୪ଟି ବଲ୍ରେ ୮୪ ରନ୍ର ଜବରଦସ୍ତ ପାରି ଖେଳିଥିଲେ।
ମଧ୍ୟକ୍ରମରେ ତିଳକ ବର୍ମା (୧୧) ଓ Suryakumar Yadav (୧୨) ବଡ଼ ଯୋଗଦାନ ଦେଇପାରିନଥିଲେ ମଧ୍ୟ, ନମନ ଧୀର (୨୩*) ଓ ୱିଲ୍ ଜ୍ୟାକ୍ (୧୦*) ଦଳକୁ ଜିତ ଦିଗକୁ ନେଇଥିଲେ।
ତା’ପୂର୍ବରୁ Wankhede Stadium ରେ ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ ବାଛିଥିଲା। ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୨୮ ରନ୍ କରିଥିଲା।
ଲକ୍ଷ୍ନୌ ପାଇଁ Nicholas Pooran ୨୧ଟି ବଲ୍ରେ ୬୩ ରନ୍ର ବିସ୍ଫୋରକ ପାରି ଖେଳିଥିଲେ। ଏଥିରେ ସେ ୮ଟି ଛକା ମାରିଥିଲେ। Mitchell Marsh ୪୪ ରନ୍, ହିମ୍ମତ ସିଂହ ୪୦* ଏବଂ Aiden Markram ୩୧ ରନ୍ କରି ଦଳକୁ ଶକ୍ତିଶାଳୀ ସ୍କୋରକୁ ନେଇଥିଲେ।
ତଥାପି ମୁମ୍ବାଇର ଦମଦାର ବ୍ୟାଟିଂ ସାମ୍ନାରେ ଏହି ବଡ଼ ସ୍କୋର ବ୍ୟର୍ଥ ହୋଇଯାଇଛି।




