ସମ୍ବଲପୁର: ଓଡ଼ିଶାର ସମ୍ବଲପୁର ଜିଲ୍ଲା ଜୁଜୁମୁରା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ବେଆଇନ ଏଲପିଜି (LPG) ଗ୍ୟାସ ରିଫିଲିଂ ଏବଂ କଳାବଜାରୀ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ। ବିଳମ୍ବିତ ରାତିରେ କରାଯାଇଥିବା ଏହି ଚଢ଼ାଉରେ ପୋଲିସ ୬୨ଟି ଗ୍ୟାସ ସିଲିଣ୍ଡର ସହ ଏକ ପିକ୍-ଅପ୍ ଭ୍ୟାନ୍ ଜବତ କରିଛି।

ସୂଚନା ଅନୁଯାୟୀ, ଜୁଜୁମୁରା ପୋଲିସ ସୀମା ମଧ୍ୟରେ ଥିବା ଏକ ରାଜସ୍ଥାନୀ ଢାବାରେ ବେଆଇନ ଭାବେ ଗ୍ୟାସ ରିଫିଲିଂ କରାଯାଉଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୋଲିସ ଏକ ଟିମ୍ ଗଠନ କରି ସେଠାରେ ଅତର୍କିତ ଚଢ଼ାଉ କରିଥିଲା।

ଏହି ଘଟଣାରେ ପୋଲିସ ସୁଭାଷ ବିଷ୍ଣୋଇ (୧୯) ନାମକ ଜଣେ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବା ଜଣାପଡ଼ିଛି।

ଅପରେସନ୍ ସମୟରେ ପୋଲିସ ୪୦ଟି କମର୍ସିଆଲ୍ (ବ୍ୟବସାୟିକ) ଗ୍ୟାସ ସିଲିଣ୍ଡର,
୨୨ଟି ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ଏକ ପିକ୍-ଅପ୍ ଭ୍ୟାନ୍ (ନମ୍ବର: CG 07 BY 9238) ସାମଗ୍ରୀ ଜବତ କରିଛି।