ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ବୁଧବାର (୧୩ ମଇ, ୨୦୨୬) ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୫.୨୦% ରହିଛି। ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ results.cbse.nic.in ମାଧ୍ୟମରେ ନିଜର ମାର୍କସିଟ୍ ଦେଖିପାରିବେ।
ଚଳିତ ବର୍ଷ ୮୫.୨୦% ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି, ଯାହା ଗତ ବର୍ଷ (୮୮.୩୯%) ତୁଳନାରେ ୩.୧୯% କମ୍। ଏହି ବର୍ଷ ମୋଟ ୧୭,୮୦,୩୬୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୭,୬୮,୯୬୮ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫,୦୭,୧୦୯ ଜଣ ପାସ୍ କରିଛନ୍ତି। ୨୦୨୫ ମସିହାରେ ୧୪,୯୬,୩୦୭ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ, ଯାହା ଚଳିତ ବର୍ଷ ତୁଳନାରେ ଭଲ ପ୍ରଦର୍ଶନ ଥିଲା।
ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ:
ୱେବସାଇଟ୍:
cbse.gov.in
results.nic.in
results.digilocker.gov.in
umang.gov.in
ମୋବାଇଲ୍ ଆପ୍: DigiLocker ଏବଂ UMANG ଆପ୍ରେ ମଧ୍ୟ ରେଜଲ୍ଟ ଉପଲବ୍ଧ।
ଆଜି ଫଳାଫଳ ପ୍ରକାଶ ପାଇବା ପରେ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବୋର୍ଡ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ତୁରନ୍ତ ନିଜର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ।




