ଭୁବନେଶ୍ୱର: ରାଜ୍ୟର ବସ୍ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଓଡ଼ିଶା ସରକାର ଘରୋଇ ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ନୂତନ ଭଡ଼ା ତୁରନ୍ତ ଲାଗୁ କରାଯାଇଛି।ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଠାରୁ ଆରମ୍ଭ କରି ସୁପର ପ୍ରିମିୟମ ସମସ୍ତ ବର୍ଗର ବସ୍ ଭଡ଼ା ବୃଦ୍ଧି ପାଇଛି। ଏଣିକି ଯାତ୍ରୀମାନଙ୍କୁ କିଲୋମିଟର ପିଛା ଅଧିକ ଟଙ୍କା ଗଣିବାକୁ ପଡ଼ିବ।

ଇନ୍ଧନ ଦର ବୃଦ୍ଧି ଯୋଗୁଁ ଘରୋଇ ବସ୍ ମାଲିକଙ୍କ ପରିଚାଳନା ଖର୍ଚ୍ଚ ବଢ଼ିଯାଇଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଭଡ଼ା ସଂଶୋଧନ କରିବା ଜରୁରୀ ଥିଲା। ତେବେ ଯାତ୍ରୀମାନଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ଭଡ଼ା ବୃଦ୍ଧି ପରିମାଣକୁ ସୀମିତ କିମ୍ବା ସର୍ବନିମ୍ନ ରଖାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।