ବଲିଉଡ ସୁପରଷ୍ଟାର ରଣବୀର ସିଂଙ୍କ ଆକ୍ସନ ପ୍ରଶଂସକଙ୍କୁ ପାଗଳ କରିଦେଇଛି। ମେ ୧୪ ତାରିଖ ମଧ୍ୟରାତ୍ରିରେ ତାଙ୍କର ବହୁପ୍ରତୀକ୍ଷିତ ସ୍ପାଏ-ଥ୍ରୀଲର ଫିଲ୍ମ ‘ଧୁରନ୍ଧର: ଦି ରିଭେଞ୍ଜ’ (Dhurandhar 2) ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବା ମାତ୍ରେ ପାକିସ୍ତାନରେ ହଙ୍ଗାମା ସୃଷ୍ଟି ହୋଇଛି। ଫିଲ୍ମ ଦେଖିବା ପାଇଁ ଏକାସଙ୍ଗେ ଲକ୍ଷ ଲକ୍ଷ ଦର୍ଶକ ଲଗ୍-ଇନ୍ କରିବାରୁ ନେଟଫ୍ଲିକ୍ସର ସର୍ଭର କ୍ରାଶ୍ ହୋଇଯାଇଥିବା ଦାବି କରାଯାଉଛି।
ପାକିସ୍ତାନର ଜଣେ ଜଣାଶୁଣା କଣ୍ଟେଣ୍ଟ କ୍ରିଏଟର ମାଭିୟା ଉମର ଫାରୁକି ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇ କହିଛନ୍ତି ଯେ, ସାଧାରଣତଃ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ବେଳେ ଯେଉଁ ଉତ୍ସାହ ଥାଏ, ସେହିଭଳି କ୍ରେଜ୍ ଏହି ଫିଲ୍ମ ପାଇଁ ଦେଖିବାକୁ ମିଳିଛି। ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ‘ଧୁରନ୍ଧର ୨’ ପାକିସ୍ତାନ ନେଟଫ୍ଲିକ୍ସରେ ନମ୍ବର-ୱାନ୍ ଟ୍ରେଣ୍ଡିଂ ହୋଇଛି।
ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଏହି ଫିଲ୍ମଟି ପାକିସ୍ତାନର କରାଚି ସହରର ଲ୍ୟାରୀ (Lyari) ବ୍ୟାକଡ୍ରପ୍ ଉପରେ ଆଧାରିତ। ସିନେମା ହଲ୍ରେ ସଫଳତା ପରେ ଏହି ଫିଲ୍ମଟି ଭାରତରେ ଆସନ୍ତା ଜୁନ୍ ୪ ତାରିଖରେ ‘ଜିଓହଟଷ୍ଟାର’ (JioHotstar) ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।




