ଭୁବନେଶ୍ୱର: ରାଜ୍ୟର ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ। ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷର ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶାଖାର ପରୀକ୍ଷା ଫଳ ଏକାସାଥିରେ ପ୍ରକାଶ କରାଯିବ।
ଛାତ୍ରଛାତ୍ରୀମାନେ ସିଏଚ୍ଏସ୍ଇର ଅଧିକୃତ ୱେବସାଇଟ୍ ମାଧ୍ୟମରେ ନିଜ ପରୀକ୍ଷା ଫଳ ଯାଞ୍ଚ କରିପାରିବେ। ପରୀକ୍ଷା ଫଳ ଦେଖିବା ପାଇଁ www.orissaresults.nic.in ୱେବସାଇଟ୍ରେ ଲଗ୍ଇନ୍ କରିବାକୁ ପଡ଼ିବ।
ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶାଖାରେ ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶ ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ଶିକ୍ଷକ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍ସୁକତା ବଢ଼ିଯାଇଛି।
ଏବେ ସମସ୍ତଙ୍କ ନଜର ରହିଛି ଚଳିତ ବର୍ଷର ପାସ୍ ହାର ଓ ବିଭିନ୍ନ ଶାଖାର ଫଳାଫଳ ଉପରେ।




