ବରଗଡ଼: ବରଗଡ଼ ଜିଲ୍ଲାରେ ଏକ ବେଶ୍ୟାବୃତ୍ତି ଚକ୍ର ଉପରେ ପୁଲିସ ବଡ଼ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିବାବେଳେ ଦୁଇଜଣ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି। ପିପିଲିପାଲି ଗ୍ରାମ ରାସ୍ତାର ଡାଙ୍ଗ ଛକ ନିକଟସ୍ଥ ଏକ ଭଡ଼ା ଘରରେ ଦୀର୍ଘଦିନ ଧରି ଅନୈତିକ କାରବାର ଚାଲୁଥିବା ନେଇ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା।

ଏହା ପରେ ଟାଉନ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ାଉ କରି ଘଟଣାସ୍ଥଳରୁ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେଥିସହ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳର ଧ୍ରୁବ ଚରଣ ମେହେର (୫୦), ବରଗଡ଼ ଜିଲ୍ଲା ସାୟାନ୍ ଗାଁର ତେଜା ବେହେରା (୫୭), ବନବାସପାଲିର ବଳଦେବ ସାହୁ (୩୫), ଜଟଲା ଅଞ୍ଚଳର ସରୋଜ ସାହୁ (୪୫) ଏବଂ ସାୟାନ୍ ଗାଁର ବନିତା ବେହେରା (୩୮)।

ମୋବାଇଲ, ନଗଦ ଟଙ୍କା ଓ ଗାଡ଼ି ଜବତ

ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୫ଟି ମୋବାଇଲ ଫୋନ୍‌, ନଗଦ ଟଙ୍କା, ଗୋଟିଏ କାର୍‌ ଏବଂ ୪ଟି ଦୁଇଚକିଆ ଯାନ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ପୁଲିସ ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି।