ଘରେ ଝିଟିପିଟି ଦେଖାଯିବା ଏକ ସାଧାରଣ କଥା, କିନ୍ତୁ ଅନେକ ସମୟରେ ଏହା ବିରକ୍ତିକର ହେବା ସହିତ ଭୟର କାରଣ ମଧ୍ୟ ପାଲଟିଥାଏ। ଝିଟିପିଟି ଘଉଡ଼ାଇବା ପାଇଁ ଆମେ ବଜାରରେ ମିଳୁଥିବା ନାନା ପ୍ରକାର କେମିକାଲ୍ ସ୍ପ୍ରେ ବ୍ୟବହାର କରୁ, ଯାହା ଛୋଟ ପିଲା ଏବଂ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ବଗିଚା ବା ବାଲକୋନିରେ ଥିବା କିଛି ଛୋଟ ଗଛ ଝିଟିପିଟିକୁ ଦୂରେଇ ରଖିବାରେ ସବୁଠାରୁ ବଡ଼ ଅସ୍ତ୍ର ସାଜିପାରିବେ? ଆସନ୍ତୁ ଜାଣିବା ଏଭଳି କିଛି ପ୍ରାକୃତିକ ଗଛ ବିଷୟରେ, ଯାହା ଘରର ସୁନ୍ଦରତା ବଢ଼ାଇବା ସହ ଝିଟିପିଟିକୁ ମଧ୍ୟ ଘଉଡ଼ାଇବ।

. ଲାଭେଣ୍ଡର (Lavender):

ଲାଭେଣ୍ଡର ଗଛର କଡ଼ା ଫ୍ଲୋରାଲ୍ ମହକ ଝିଟିପିଟିକୁ ଜମାରୁ ପସନ୍ଦ ନୁହେଁ। ଆପଣ ଏହାର ଏସେନସିଆଲ୍ ଅଏଲ୍‌କୁ ପାଣିରେ ମିଶାଇ କାନ୍ଥରେ ସ୍ପ୍ରେ ମଧ୍ୟ କରିପାରିବେ, ଯାହାଫଳରେ ଗୋଟିଏ ହେଲେ ବି ଝିଟିପିଟି କାନ୍ଥରେ ନଜର ଆସିବେ ନାହିଁ।

. ପୋଦିନା ଗଛ (Mint):

ପୋଦିନାର ତୀବ୍ର ସୁଗନ୍ଧ ଝିଟିପିଟି ଆଦୌ ସହ୍ୟ କରିପାରନ୍ତି ନାହିଁ। ଏହାକୁ ଘରେ ଲଗାଇବା ଦ୍ୱାରା ସେହି ଛୋଟ ଛୋଟ ପୋକମାଛି ମଧ୍ୟ ଦୂରେଇ ରହନ୍ତି, ଯାହାକୁ ଖାଇବା ପାଇଁ ଝିଟିପିଟିମାନେ ଘରକୁ ଆସିଥାନ୍ତି।

. ଲେମନଗ୍ରାସ୍ (Lemongrass):

ଲେମନଗ୍ରାସରୁ ବାହାରୁଥିବା ଖଟା-ମିଠା ସେଣ୍ଟରେ ପ୍ରାକୃତିକ ‘ସିଟ୍ରୋନେଲା’ ଥାଏ। ଏହି ଗନ୍ଧ ଝିଟିପିଟିକୁ ଘର ଭିତରକୁ ପଶିବାକୁ ଦିଏନାହିଁ ଏବଂ ଏହା ସହିତ ମଶାଙ୍କ ପ୍ରାଦୁର୍ଭାବ ମଧ୍ୟ କମିଯାଏ।

. ରସୁଣ ଗଛ (Garlic):

ରସୁଣର ଗନ୍ଧରେ ସଲଫର୍ ଥାଏ, ଯାହା ଅତ୍ୟନ୍ତ ତୀବ୍ର ହୋଇଥାଏ। ଘରର ମୁଖ୍ୟ ଦ୍ୱାର, ରୋଷେଇ ଘର କିମ୍ବା ବାଲକୋନିରେ ରସୁଣ ଗଛ ଲଗାଇବା ଦ୍ୱାରା ଏକ ସୁରକ୍ଷା ବଳୟ ପ୍ରସ୍ତୁତ ହୁଏ, ଯାହାଦ୍ୱାରା ଜୀବଜନ୍ତୁ ଓ ଝିଟିପିଟି ଘର ଭିତରକୁ ଆସନ୍ତି ନାହିଁ।

. ୟୁକାଲିପଟାସ୍ (Eucalyptus):

ୟୁକାଲିପଟାସ୍ ଗଛର ପତ୍ରରେ ଏକ ପ୍ରକାର କଡ଼ା ଗନ୍ଧଯୁକ୍ତ ପ୍ରାକୃତିକ ତେଲ ରହିଥାଏ। ଏହାର ତୀକ୍ଷ୍ଣ ବାସ୍ନା ଝିଟିପିଟିର ଇନ୍ଦ୍ରିୟକୁ ଅସହଜ କରିଦିଏ। ଏହାକୁ ଆପଣ କବାଟ ବା ଝରକା ପାଖରେ ଲଟକାଇ ଲଗାଇ ପାରିବେ।

. ଗେଣ୍ଡୁ ଫୁଲ ଗଛ (Marigold):

ହଳଦିଆ ଓ ନାରଙ୍ଗୀ ରଙ୍ଗର ଗେଣ୍ଡୁ ଫୁଲରେ ‘ପାଇରେଥ୍ରିନ୍’ ନାମକ ଏକ ପ୍ରାକୃତିକ କମ୍ପାଉଣ୍ଡ ଥାଏ। ଏହା କୀଟପତଙ୍ଗ ଓ ଝିଟିପିଟିକୁ ଘରଠାରୁ ଦୂରରେ ରଖିବାରେ ବେଶ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ।

ତେବେ ଆଉ କେମିକାଲ୍ ସ୍ପ୍ରେ କାହିଁକି? ଆଜି ହିଁ ନିଜ ସ୍ମାର୍ଟ ହୋମ୍‌ରେ ଏହି ଇକୋ-ଫ୍ରେଣ୍ଡଲି ପ୍ରାକୃତିକ ଉପାୟ ଆପଣାନ୍ତୁ। ଏହା ଘରକୁ ସୁଗନ୍ଧିତ ରଖିବା ସହ ଝିଟିପିଟି ମୁକ୍ତ ମଧ୍ୟ କରିବ।