ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମୋଟ ୪,୫୭୩.୮୭ କୋଟି ଟଙ୍କା୨୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରାୟ ୨୨,୮୭୩ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।

ଅନୁମୋଦନ ପାଇଥିବା ପ୍ରମୁଖ ପ୍ରକଳ୍ପମାନଙ୍କ ମଧ୍ୟରେ ଦେଶର ଅଗ୍ରଣୀ ଆଇଟି କମ୍ପାନି HCL Technologiesର ପ୍ରକଳ୍ପ ରହିଛି। କମ୍ପାନି ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ନିବେଶରେ ଏକ ଗ୍ଲୋବାଲ୍ ଡେଭେଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ। ଗତବର୍ଷ ନୋଏଡା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମ୍ପାନିକୁ ଓଡ଼ିଶାରେ କ୍ୟାମ୍ପସ ସ୍ଥାପନ ପାଇଁ ଆହ୍ୱାନ କରିଥିଲେ।

ଏହି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ କରାଯିବ। Growing Tree Oil & Refinery ନୂଆପଡ଼ାରେ ୨୫୦ କୋଟି ଟଙ୍କା ନିବେଶରେ ଖାଇବା ତେଲ କାରଖାନା ସ୍ଥାପନ କରିବା ସହ କଟକରେ ଏକ ଡେରି ପ୍ରକଳ୍ପ ମଧ୍ୟ ଗଢ଼ିବ।

ପୋଷାକ ଉତ୍ପାଦନ କ୍ଷେତ୍ରରେ ରିଚା ଗ୍ଲୋବାଲ୍ ଏକ୍ସପୋର୍ଟସ୍‌, ଆସ୍ଥା କଟ୍‌ସ୍ପିନ୍‌, ଏସ୍‌ପିଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଏସ୍‌ଏପିଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ମିଶି ପ୍ରାୟ ୫୧୩ କୋଟି ଟଙ୍କା ନିବେଶ କରିବେ। ଏଥିରୁ ତିନୋଟି ପ୍ରକଳ୍ପ ପୁରୀରେ ଏବଂ ଗୋଟିଏ ବଲାଙ୍ଗୀରରେ କାର୍ଯ୍ୟକାରୀ ହେବ।

ଗଞ୍ଜାମରେ ACME Cleantech Solutions ପକ୍ଷରୁ ୭୭୮ କୋଟି ଟଙ୍କା ବିନିଯୋଗରେ ଏକ ଆଲ୍‌କାଲାଇନ୍‌ ଇଲେକ୍ଟ୍ରୋଲାଇଜର୍‌ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ସେହିପରି ଡିଅନ୍‌ ରିଭରସାଇଡ୍‌ ଟାଉନ୍‌ସିପ୍‌୨୭୫.୮୯ କୋଟି ଟଙ୍କାର ହସ୍ପିଟାଲ୍‌ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି।

ପର୍ଯ୍ୟଟନ କ୍ଷେତ୍ରରେ କଟକରେ ବିଶ୍ୱ ଆଣ୍ଡ୍‌ ଜିତ୍‌ ମଲ୍ଟି କମ୍ପ୍ଲେକ୍ସ, ସମ୍ବଲପୁରରେ JAS Towers LLP ଏବଂ ଖୋର୍ଦ୍ଧାରେ ଶ୍ରୀକୃଷ୍ଣା ଇଷ୍ଟେଟ୍‌ସ ଆଣ୍ଡ୍‌ କନଷ୍ଟ୍ରକ୍ସନ୍‌ ପକ୍ଷରୁ ପଞ୍ଚତାରକା ହୋଟେଲ୍‌ ଓ ରିସର୍ଟ ପ୍ରକଳ୍ପ ଗଢ଼ାଯିବ। ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ଦୁଇଟି ଲଜିଷ୍ଟିକ୍ସ ପାର୍କ ସ୍ଥାପନ ପାଇଁ ଶ୍ରୀ ଜୟବାଲାଜୀ ଏଗ୍ରୋପ୍ରଡକ୍ଟସ୍‌ଲିଙ୍ଗରାଜ ଟ୍ରାନ୍ସଲଜିଷ୍ଟିକ୍ସ ଯଥାକ୍ରମେ ୧୨୦ କୋଟି୧୫୦ କୋଟି ଟଙ୍କା ନିବେଶ କରିବେ।

ଏହାଛଡ଼ା ଟାଟା ଷ୍ଟିଲ୍‌ କେନ୍ଦୁଝରରେ ୧୬୫.୩୦ କୋଟି ଟଙ୍କା ବ୍ୟୟରେ ରେଳୱେ ସାଇଡିଂ ନିର୍ମାଣ କରିବ। Envirocare Infrasolutions ଅନୁଗୋଳରେ ୩୫୧ କୋଟି ଟଙ୍କା ନିବେଶରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଥିବାବେଳେ, EFYONDX ଖୋର୍ଦ୍ଧାରେ ମେଡିକାଲ୍‌ ଡିଭାଇସ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ।

ରସାୟନ କ୍ଷେତ୍ରରେ ଗଞ୍ଜାମରେ Transpek, ଯାଜପୁରରେ ତିରୁପତି ମାଇକ୍ରୋଟେକ୍‌ ଓ ମୟୂରଭଞ୍ଜରେ କ୍ରେବ୍‌ସ ଇଣ୍ଟରନ୍ୟାସନାଲ୍‌ ନିବେଶ କରିବେ। ସେହିପରି କଟକରେ GGB Battery India ପକ୍ଷରୁ ୨୦୨.୫୦ କୋଟି ଟଙ୍କା ବ୍ୟୟରେ ଏକ ଜିଙ୍କ ଆନୋଡ୍‌ ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରାଯିବ।