ନିକୋସିଆ: ଉତ୍ତର ସାଇପ୍ରସରେ ରବିବାର ଅପରାହ୍ଣରେ ପ୍ରାୟ ୨୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାଟି କୂଳଠାରୁ ପ୍ରାୟ ୪ ମାଇଲ ଦୂରରେ ଥିବା ବେଳେ ପାଣିରେ ବୁଡ଼ିବାକୁ ଆରମ୍ଭ କରିଥିଲା। ଘଟଣା ପରେ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ସନ୍ଧାନ ଓ ଉଦ୍ଧାର ଅଭିଯାନ ଜାରି ରହିଛି।

ତୁର୍କୀ ସାଇପ୍ରସ୍‌ର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡଙ୍ଗାରେ ଥିବା ୨୫୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫୯ ଜଣ ଏପର୍ଯ୍ୟନ୍ତ ସୁରକ୍ଷିତ ଭାବେ କୂଳରେ ପହଞ୍ଚିଛନ୍ତି। ଅବଶିଷ୍ଟ ଯାତ୍ରୀଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଭିଯାନ ଜାରି ରଖିଛନ୍ତି।

କାଇରେନିଆ ସହରର ମେୟର ମୁରାତ ସେନକୁଲଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି। ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ତେବେ ଡଙ୍ଗାରେ ମୋଟ କେତେ ଜଣ ଯାତ୍ରୀ ଥିଲେ ଏବଂ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।