ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ସୁନା ଓ ରୁପା ଦରରେ ବୃଦ୍ଧି ହୋଇଛି। ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧,୪୫୦ ଟଙ୍କା ବଢ଼ି ୧,୪୧,୫୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧,୫୮୦ ଟଙ୍କା ବଢ଼ି ୧,୫୪,୪୨୦ ଟଙ୍କା ହୋଇଛି।

କିଲୋ ପିଛା ୫ ହଜାର ବଢ଼ିଲା ରୁପା

ରୁପା ଦରରେ ମଧ୍ୟ ବୃଦ୍ଧି ରେକର୍ଡ ହୋଇଛି। କିଲୋଗ୍ରାମ ପିଛା ରୁପା ଦର ୫,୦୦୦ ଟଙ୍କା ବଢ଼ି ୨,୫୫,୦୦୦ ଟଙ୍କାରେ ପହଞ୍ଚିଛି।

ସେପ୍ଟେମ୍ବର ୧ ତାରିଖରେ ଭୁବନେଶ୍ୱରରେ ରୁପା କିଲୋ ପିଛା ୨,୫୦,୦୦୦ ଟଙ୍କା ଥିଲା। ଏହାପରେ ଶୁକ୍ରବାର ଦରରେ ବୃଦ୍ଧି ଦେଖାଯାଇଛି।