ପରେ ବରଗଡ଼ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକାରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ପ୍ରାୟ ୧୧.୧୧ ଲକ୍ଷ ଭୋଟରଙ୍କ ନାମ ରହିଛି।

୫ ବିଧାନସଭା ଆସନର ଭୋଟର

ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲି ବିଧାନସଭା ଆସନକୁ ନେଇ ଭୋଟର ତାଲିକା ପ୍ରସ୍ତୁତ ହୋଇଛି। SIR ପ୍ରକ୍ରିୟାରେ ଘରକୁ ଘର ଯାଞ୍ଚ, ଭୋଟରଙ୍କ ତଥ୍ୟ ଯାଞ୍ଚ, ନୂଆ ନାମ ସାମିଲ ଏବଂ ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦିଆଯାଇଛି।

ରାଜ୍ୟରେ ୩.୧୬ କୋଟିରୁ ଅଧିକ ଭୋଟର

SIR ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ଭୋଟର ସଂଖ୍ୟା ପ୍ରାୟ ୩.୧୬ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ପ୍ରକ୍ରିୟା ଅନୁସାରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଡୁପ୍ଲିକେଟ୍‌ ଏଣ୍ଟ୍ରି ଚିହ୍ନଟ କରି ତାଲିକା ସଂଶୋଧନ କରାଯାଇଛି।

ଭୋଟରମାନେ ଯାଞ୍ଚ କରିପାରିବେ ନାମ

ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଭୋଟରମାନେ ନିଜ ନାମ, ଭୋଟର ତଥ୍ୟ ଓ ମତଦାନ କେନ୍ଦ୍ର ସମ୍ପର୍କିତ ସୂଚନା ଅଧିକାରିକ ନିର୍ବାଚନ କମିଶନ ପୋର୍ଟାଲ୍‌ ମାଧ୍ୟମରେ ଯାଞ୍ଚ କରିପାରିବେ। ନାମ ନଥିଲେ କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନିର୍ଦ୍ଧାରିତ ନିୟମ ଅନୁସାରେ ଆବେଦନ କରିହେବ।