ନୂଆଦିଲ୍ଲୀ: ଓଡ଼ିଶାର ବିକାଶମୂଳକ ପ୍ରସଙ୍ଗ ନେଇ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି। ଏହି ସାକ୍ଷାତ ସମୟରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଓ ଏହାର ଅଗ୍ରଗତି ସମ୍ପର୍କରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିବା ଅଧିକାରିକ ବିବୃତ୍ତିରେ କୁହାଯାଇଛି।

ବୈଠକରେ ଓଡ଼ିଶାର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ରାଜ୍ୟରେ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ପ୍ରଗତି ସମ୍ପର୍କରେ ରାଜ୍ୟପାଳଙ୍କ ଠାରୁ ପ୍ରଧାନମନ୍ତ୍ରୀ ସୂଚନା ନେଇଥିବା ଜଣାପଡ଼ିଛି।

ଲୋକଭବନର ପ୍ଲାଟିନମ୍‌ ସାର୍ଟିଫିକେସନ୍‌ ନେଇ ସୂଚନାଏହି ଅବସରରେ ଓଡ଼ିଶା ଲୋକଭବନକୁ ନିକଟରେ ମିଳିଥିବା ଇଣ୍ଡିଆନ୍‌ ଗ୍ରୀନ୍‌ ବିଲ୍ଡିଂ କାଉନସିଲ୍‌ (IGBC) ପ୍ଲାଟିନମ୍‌ ସାର୍ଟିଫିକେସନ୍‌ ସମ୍ପର୍କରେ ମଧ୍ୟ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

IGBCର ଗ୍ରୀନ୍‌ କ୍ୟାମ୍ପସ୍‌ ରେଟିଂ ସିଷ୍ଟମ୍‌ ଅନୁସାରେ ଓଡ଼ିଶା ଲୋକଭବନ ଦେଶର ପ୍ରଥମ ଲୋକଭବନ ଭାବେ ପ୍ଲାଟିନମ୍‌ ସାର୍ଟିଫିକେସନ୍‌ ପାଇଥିବା ଜଣାପଡ଼ିଛି।

ସାକ୍ଷାତ ସମୟରେ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ ପରସ୍ପରକୁ ସ୍ମାରକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ଡ. ହରି ବାବୁ କମ୍ଭମ୍ପାଟି ୨୦୨୫ ଜାନୁଆରୀ ୩ରେ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ।