ନୂଆଦିଲ୍ଲୀ: ଯଦି ଆପଣ ସୁରକ୍ଷିତ ଓ ନିଶ୍ଚିତ ରିଟର୍ଣ୍ଣ ଦେଇଥିବା ନିବେଶ ବିକଳ୍ପ ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସର ରିକରିଂ ଡିପୋଜିଟ୍ (RD) ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ଏହି ଯୋଜନା ସରକାରୀ ସମର୍ଥନ ଥିବା ଯୋଜନା ହେବାରୁ ଏହା ପ୍ରତି ନିବେଶକ ପାଇଁ ସୁରକ୍ଷିତ ଓ ବିଶ୍ୱସ୍ତ।

କେତେ ମିଳିବ ଲାଭ?

ଯଦି ଜଣେ ବ୍ୟକ୍ତି ପ୍ରତିମାସ 2,000 ଟଙ୍କା RD ଯୋଜନାରେ ନିବେଶ କରନ୍ତି, ତେବେ 5 ବର୍ଷ ପରେ ତାଙ୍କୁ ମିଳିବ ପ୍ରାୟ ₹1,42,732। ଏଥିରେ ₹1,20,000 ହେଉଛି ମୂଳ ନିବେଶ ଓ ₹22,732 ହେଉଛି ସୁଧ । ବର୍ତ୍ତମାନ ସୁଧ ହାର 6.7% (ବାର୍ଷିକ) ଅନୁଯାୟୀ ଏହି ଗଣନା ହୋଇଛି।

RD ସ୍କିମ କାହିଁକି?

ଏହି ଯୋଜନା ସରକାରୀ ସମର୍ଥିତ ଓ ବଜାର ବିପଦରୁ ଦୂର।

ଛୋଟ ସଞ୍ଚୟକାରୀଙ୍କ ପାଇଁ ନିୟମିତ ଭାବେ ଧନ ସଞ୍ଚୟ କରି ଦୀର୍ଘକାଳୀନ ବୃଦ୍ଧିର ସୁଯୋଗ ମିଳେ।

12 କିସ୍ତି ପୂରଣ କରିବା ପରେ ଆପଣ ଏଥିରୁ ଋଣ ମଧ୍ୟ ନିଅପାରିବେ।

3 ବର୍ଷ ପରେ ଆଂଶିକ ପ୍ରତ୍ୟାହାର ସୁବିଧା ମିଳିଥାଏ।

ସୁଧ ଅପଡେଟ୍:

୨୦୨୫ ଏପ୍ରିଲ-ଜୁନ୍ ତ୍ରୈମାସିକ ପାଇଁ ସୁଧ ହାର 6.7% ଘୋଷଣା କରାଯାଇଛି, ଯାହା ବଜାରର ଅନ୍ୟ ନିବେଶ ବିକଳ୍ପ ତୁଳନାରେ ଆକର୍ଷଣୀୟ।