ଭୁବନେଶ୍ୱର: ଓଡ଼ିଶାର କିଛି ଅଞ୍ଚଳକୁ ନେଇ ଆଜି ପୁଣିଥରେ ବଜ୍ରପାତ ଓ ଭାରି ବର୍ଷାର ଆଶଙ୍କା କୁହିଛି ଭାରତୀୟ ପାଣିପାଗ ବିଭାଗ (IMD)। ପାଣିପାଗ ବିଭାଗ ପକ୍ଷରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି ଜିଲ୍ଲା ପାଇଁ ଓରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ, ଗଜଗଜାହାଟ ସହ ଭାରି ବର୍ଷା ହେବା ସମ୍ଭାବନା ଥିବା ବୋଲି ଆଇଏମ୍‌ଡି କହିଛି। ପବନର ଗତି ୫୦-୬୦ କି.ମି/ଘଣ୍ଟା ପର୍ଯ୍ୟନ୍ତ ହୋଇପାରିବ ବୋଲି ସୂଚନା ମିଳିଛି।

ଏହା ସହିତ ୧୩ ଟି ଜିଲ୍ଲା— ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, ଧେନକାନାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପାଇଁ ଆଇଏମ୍‌ଡି Yellow Warning ଜାରି କରିଛି।

ଏହି ଅଞ୍ଚଳରେ ବଜ୍ରପାତ ସହ ହାଲୁକା ବର୍ଷା ଓ ପବନର ଗତି ୪୦-୫୦ କି.ମି/ଘଣ୍ଟା ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି।

ତଦୁପରି ବଉଢ଼, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ କହିଛି।

ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ନିବାସୀଙ୍କୁ ଜରୁରୀ ସାବଧାନି ଅବଲମ୍ବନ କରିବା, ବଜ୍ରପାତ ସମୟରେ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି।