ଭୁବନେଶ୍ୱର: ଭାରତର ଗୃହମନ୍ତ୍ରୀ ଅମିତ ଶାହ ୧୦ ଓ ୧୧ ମେ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ଏହି ଦୁଇ ଦିନରେ ସେ ସମ୍ବଲପୁର, ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
୧୦ ମେ:
ଛତିଶଗଡ଼ରୁ ଶ୍ରୀ ଶାହ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ପହଞ୍ଚି, ସେଠାରୁ ହେଲିକପ୍ଟରରେ ସମ୍ବଲପୁର ଯିବେ।
ସମ୍ବଲପୁରରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ, ପରେ ଭିମସାର ସୁପର ସ୍ପେସାଲିଟି ହସ୍ପିଟାଲ୍ର ଉଦ୍ଘାଟନ କରିବେ।
ସେଉଁଠି ଏକ ସାଧାରଣ ସଭାକୁ ସମ୍ବୋଧନ କରି ପରେ ଭୁବନେଶ୍ୱର ଆସି, ଜଟଣୀରେ ଫାରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।
ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ପୁରୀରେ ରାତି ଯାପନ କରିବେ।
୧୧ ମେ:
ଭୁବନେଶ୍ୱର ଫେରି ଜନତା ମଇଦାନରେ ଆୟୋଜିତ ବୃହତ ସାଧାରଣ ସଭାରେ ଯୋଗ ଦେବେ।
ଏହି ସଭାରେ ଗୃହମନ୍ତ୍ରୀ ଅଧିକ ତିନି ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଦୁଇ ହଜାର କୋଟି ଟଙ୍କାର ଶିଳାନ୍ୟାସ କରିବେ।
ସେ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ, ସାଂସଦମାନଙ୍କ ସହ ଡବଲ ଇଞ୍ଜିନ ସରକାରର ବିକାଶ କାର୍ଯ୍ୟ ନେଇ ସମୀକ୍ଷା କରିବେ।
ପ୍ରସ୍ତୁତି ଶେଷ ଅବସ୍ଥାରେ:
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଗତ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇ ଗସ୍ତ ଉପରେ ତିବ୍ର ଚର୍ଚ୍ଚା ହୋଇଛି। ଏହି ବୈଠକରେ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ବିଜେପି ଶିବିର ଉତ୍ସାହିତ:
ଶ୍ରୀ ଶାହଙ୍କ ଗସ୍ତକୁ ଘିରି ବିଜେପି ଶିବିର ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି। ଦଳ ଏହାକୁ ଏକ ରଣନୈତିକ ଅବସର ଭାବରେ ଦେଖୁଛି।