ନୂଆଦିଲ୍ଲୀ: ଗ୍ଲେନ୍ ମ୍ୟାକ୍ସୱେଲ ଆଘାତ ଯୋଗୁଁ IPL 2025 ରୁ ବାଦ ପଡ଼ିବା ପରେ, ପଞ୍ଜାବ କିଙ୍ଗ୍ସ ତାଙ୍କ ବଦଳ ସ୍ୱରୂପ ଅଷ୍ଟ୍ରେଲିଆର ଉଦୀୟମାନ ଅଲରାଉଣ୍ଡର ମିଚେଲ ଓୱେନ୍ଙ୍କୁ ଦଳରେ ସାମିଲ କରିଛି। ଚମତ୍କାର ଭାବେ ଓୱେନ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବାବର ଆଜମଙ୍କ ଅଧିନରେ ପେଶାୱାର ଜାଲମି ପାଇଁ ଖେଳୁଛନ୍ତି। ଏହି ୨୩ ବର୍ଷୀୟ ଖେଳାଳି ୩୪ ଟି-୨୦ ମ୍ୟାଚ୍ରେ ୬୪୬ ରନ୍ (୨ଟି ଶତକ ସହ) କରିଛନ୍ତି ଓ ବୋଲିଂରେ ୧୦ ୱିକେଟ୍ ନେଇଛନ୍ତି। IPL ରେ ତାଙ୍କୁ ନେବା ପାଇଁ ପଞ୍ଜାବ ୩ କୋଟି ଟଙ୍କା ଖର୍ଚ୍ଚ କରିଛି।
ବିଗ୍ ବ୍ୟାସ୍ ଲିଗରେ ଚମକ:
ହୋବାର୍ଟ ହରିକେନ୍ସ ଦଳକୁ ବିଗ୍ ବ୍ୟାସ୍ ଟାଇଟଲ୍ ଜିତିଦେବାରେ ଓୱେନ୍ ଅଗ୍ରଣୀ ଭୂମିକା ନେଇଥିଲେ। ଫାଇନାଲ୍ ମ୍ୟାଚରେ ସେ ୨୫୭ ଷ୍ଟ୍ରାଇକ୍ ରେଟ୍ରେ ୪୨ ବଲ୍ରେ ୧୦୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ।