ଭୁବନେଶ୍ୱର, ୭ ମଇ – ସମ୍ଭାବ୍ୟ ଯୁଦ୍ଧ ଓ ଆକାଶମାର୍ଗ ଆକ୍ରମଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (BMC) ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (Control Room) ଚାଲୁ କରାଯାଇଛି। ଆଜି ଅପରାହ୍ଣ ୪ଟାରେ ଏୟାର ରେଡ ସାଇରନ୍ ବାଜିବା ସହ ସିଭିଲ ଡିଫେନ୍ସ ମକଡ୍ରିଲ ଆୟୋଜିତ ହେବା ଥିବା ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ କୁମାର ରାଣା ମଙ୍ଗଳବାର ଏହି କଣ୍ଟ୍ରୋଲ ରୁମ୍‌କୁ ଦେଖି ତଦାରଖ କରିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ସମ୍ଭାବନା ଅବସ୍ଥାରେ ଆମ ମାନବ ସମ୍ପଦ ଓ ଜୀବନ-ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏହି ଉଦ୍ୟମ ଅତ୍ୟନ୍ତ ଦରକାରି।

୧୯୨୯ ହେଲ୍ପଲାଇନ୍‌ ସଂଖ୍ୟା ଚାଲୁ, ଜନସାଧାରଣକୁ ସତର୍କ ରହିବା ପରାମର୍ଶ

BMC କମିଶନର ରାଜେଶ ପ୍ରଭାକର ପାଟିଲ ନେତୃତ୍ୱରେ ଯୁଦ୍ଧ ସମ୍ଭାବନା ଦୃଷ୍ଟିରେ ସମସ୍ତ ପ୍ରମୁଖ ବିଭାଗ ମାନଙ୍କୁ ସହଯୋଗ ପାଇଁ ସଚେତନ କରାଯାଇଛି। ଜନସାଧାରଣ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ୧୯୨୯ ଚାଲୁ ରହିଛି ଓ ଏଥିରେ ଯୋଗାଯୋଗ କରି ପ୍ରୟୋଜନୀୟ ସୂଚନା ମିଳିପାରିବ।

ସହଯୋଗୀ ବିଭାଗ ଗୁଡ଼ିକ ସ‌ହ ଆଲୋଚନା

ଡାକ୍ତରୀ, ଅଗ୍ନିଶମ ବିଭାଗ, ସିଭିଲ ଡିଫେନ୍ସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସହିତ ଜିଲ୍ଲାପାଳ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରି ବ୍ୟାପକ ସମନ୍ୱୟ ଉପରେ ଜୋର୍ ଦେଇଛନ୍ତି। ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନେ ସତର୍କ ଓ ସଜାଗ ରହିବା ଦ୍ୱାରା ଏହି ମକଡ୍ରିଲକୁ ସଫଳ କରିପାରିବେ ବୋଲି କର୍ପୋରେସନ ଦ୍ୱାରା ଆହ୍ୱାନ ଜାରି କରାଯାଇଛି।