ଭୁବନେଶ୍ୱର, ୫ ମଇ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ୫ଟି ବିଭାଗ ସଂପୃକ୍ତ ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ ଯୋଜନା ରାଜ୍ୟ ବିକାଶରେ ମାଇଲସ୍ଟୋନ୍ ସାବିତ ହେବ ବୋଲି ଅନୁମାନ କରାଯାଉଛି।
1. ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ଯୋଜନା
ନୂଆ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି, ଯାହାର ଅନ୍ତର୍ଗତରେ ବିପଦ ସମୟରେ ଲୋକଙ୍କ ସୁବିଧା ପାଇଁ ସଂଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
2. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
ଏହି ପ୍ରସ୍ତାବ ଅନୁଯାୟୀ, ୧୦୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ।
3. ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥା ଯୋଜନା
ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଖସ୍ତାହାଳ ରାସ୍ତା ମରାମତି ଓ ନୂତନ ନିର୍ମାଣ ପାଇଁ ଏହି ଯୋଜନାକୁ ଆରମ୍ଭ କରାଯିବ।
4. ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା
ମହିଳା, ଟ୍ରାନ୍ସଜେଣ୍ଡର, ଛାତ୍ର, ଭିନ୍ନକ୍ଷମ ଓ ବୃଦ୍ଧଙ୍କ ପାଇଁ ବସ ଯାତ୍ରାରେ ୫୦% ଭାଡ଼ା ଛାଡ଼ ପ୍ରଦାନ କରାଯିବ। ଏହି ସେବା ରାଜ୍ୟସ୍ତରରେ ଯାତ୍ରୀମାନଙ୍କ ପାଇଁ ବଡ଼ ସୁବିଧା ହେବ।
5. ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡର
ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ୧୧୩ଟି ନୂତନ ପଦବୀ ସୃଷ୍ଟି ହେବ। ଏହି ପଦକ୍ଷେପ ଗ୍ରାମୀଣ ଅଞ୍ଚଳରେ ପ୍ରାଣୀ ସୁସ୍ଥ୍ୟ ରଖିବାରେ ମୁଖ୍ୟ ଭୂମିକା ନିଭାଇବ।