ନୂଆଦିଲ୍ଲୀ, ୮ ମଇ – ଭାରତୀୟ ନୌସେନା 1971ର ପରେ ପ୍ରଥମଥର ପାଇଁ ପାକିସ୍ତାନ ବିରୁଦ୍ଧରେ ଖୋଲା ମୋର୍ଚ୍ଚା ଖୋଲିଛି। ସୂତ୍ରମାନଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ପାକିସ୍ତାନର କରାଚି ବନ୍ଦର, ଯେଉଁଠାରେ ଏକାଧିକ ବଡ଼ ବିସ୍ଫୋରଣ ଶୁଣିବାକୁ ମିଳିଛି। କହାଯାଉଛି ଯେ, ଏହି ଆକ୍ରମଣ ଦ୍ୱାରା ପାକିସ୍ତାନର ନୌସେନା ଗତିବିଧି ଓ ଅସ୍ତ୍ର ଗୋଦାମକୁ ଲକ୍ଷ କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କରାଚି ବନ୍ଦର ଏଲାକାରେ ଗଭୀର ଧ୍ୱନି ଓ ଆଗ୍ନିଶିଖା ଦେଖିବାକୁ ମିଳିଛି। ଏହା ସହିତ ନୌସେନା ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣ ନିଜର ସୀମା ସୁରକ୍ଷା ଏବଂ ପାକିସ୍ତାନର ଆତଙ୍କବାଦୀ ଗତିବିଧିକୁ ଦମନ କରିବା ଲକ୍ଷ୍ୟରେ କରାଯାଇଛି।
ଭାରତର ଏହି ଯୁଦ୍ଧସଜ୍ଜତା 1971ର ଯୁଦ୍ଧ ପରେ ଏକ ଦୃଢ଼ ପଦକ୍ଷେପ ବୋଲି ବିଶ୍ଳେଷକମାନେ କହୁଛନ୍ତି। ସ୍ଥିତି ବଢ଼ିବାର ଆଶଙ୍କା ଥିବା ବେଳେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଁଚିଛି।