ବାଲେଶ୍ୱର – ବଜ୍ରାଘାତ ଓ ବୈଶାଖୀ ଝଂକାର ଗତିରେ ବାଲେଶ୍ୱର ଜିଲ୍ଲାର ଦୁଇ ଅଞ୍ଚଳରେ ଦୁଇଟି ଅଳଗା ଘଟଣା ଦେଖାଦେଲା ଅନିମିତ ହତ୍ୟାର ଦୃଶ୍ୟ। ଜଣେ ଯୁବକ ବଜ୍ରାଘାତରେ ଜୀବନ ହାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘର ଉପରେ ଗଛ ପଡି ଘର ସମ୍ପୂର୍ଣ୍ଣ ଧ୍ଵଂସ ହୋଇଯାଇଛି।

ଘଟଣା ୧:
ଔପଦା ବ୍ଲକ, ବଡ଼ପୋଖରୀ ପଞ୍ଚାୟତ, ବାଲିମୁଣ୍ଡୁଳି ଗାଁ
ଆଜି ଅପରାହ୍ନ ସମୟରେ ବଜ୍ରାଘାତ ହେବାରୁ ମାଝୀସାହିର ଚୁନାରାମ କିସ୍କୁଙ୍କ ମୃତ୍ୟୁ ଘଟିଛି। ସେ ବଡ଼ପୋଖରୀ ଜଙ୍ଗଲ ବିଭାଗରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଭଉଣୀଙ୍କ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେଇ ସ୍ଥଳରେ ତଳେ ପଡିଯାନ୍ତି। ତାଙ୍କୁ ସୋର ଡାକ୍ତରଖାନାକୁ ନେଉଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣା ୨:
ଖଇରା ବ୍ଲକ, ଓସୁରିଆ ଗ୍ରାମ
ନନ୍ଦୁରୁ ପଂଚାୟତ ଅନ୍ତର୍ଗତ ବୈକୁଣ୍ଠ ସାମଲଙ୍କ ଆଜବେଷ୍ଟ ଘର ଉପରେ ବୈଶାଖୀ ଝଡ଼ ପ୍ରଭାବରେ ଏକ ବଡ଼ ନିମ୍ବ ଗଛ ପଡିଯାଇଛି। ଫଳରେ ଘର ଭାଙ୍ଗି ଯାଇଛି ଓ କାନ୍ଥ ମଧ୍ୟ ଭସିପଡ଼ିଛି। ସଭାଗ୍ୟବଶତଃ ଘରରେ ଥିବା ସଦସ୍ୟମାନେ ଅଳ୍ପକେ ଵର୍ତ୍ତି ପାଇଛନ୍ତି। ଖଇରା ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଗଛକୁ କାଟି ସଫା କରିଛନ୍ତି।

ଏହି ଦୁଇ ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।