ନୂଆଦିଲ୍ଲୀ, ୧୭ ମଇ: କେନ୍ଦ୍ର ସରକାର ଶୀଘ୍ର ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଯୋଜନା କରୁଛି। ଏହା ସହିତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ମଧ୍ୟରେ ଦରମା ବୃଦ୍ଧି ନେଇ ଅନେକ ଆଶା ଓ ଅଟକଳ ଚାଲିଛି।

କେତେ ବଢିପାରେ ଦରମା?
କେହି କହୁଛନ୍ତି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ କୁ ବୃଦ୍ଧି କରାଯିବା ନିମିତ୍ତରେ କର୍ମଚାରୀଙ୍କ ଦରମାରେ ୧୮୬% ପର୍ଯ୍ୟନ୍ତ ବୃଦ୍ଧି ହେବ। ଏହା ଅନୁଯାୟୀ ଯିଏ ବର୍ତ୍ତମାନ ୫୦,୦୦୦ ଟଙ୍କା ବେତନ ନେଉଛନ୍ତି, ସେମାନଙ୍କ ଦରମା ବଢି ୧.୫ ଲକ୍ଷ ଟଙ୍କା ହେବ।

କିନ୍ତୁ ବାସ୍ତବତା କଣ?
ଅନେକ ରିପୋର୍ଟ ଅନୁଯାୟୀ, ଦରମା ବୃଦ୍ଧି କେବଳ ୧୦% ରୁ ୩୦% ପର୍ଯ୍ୟନ୍ତ ହେବ। ଯଦି ଏହା ଠିକ୍ ହୁଏ, ତେବେ ଜଣେ ୫୦,୦୦୦ ଟଙ୍କା ବେତନ ଭୋଗୀଙ୍କ ଦରମା ବଢି ୬୦-୬୫ ହଜାର ଟଙ୍କା ହେବ।

ଫିଟମେଣ୍ଟ ଫ୍ୟାକ୍ଟର ଅନୁଯାୟୀ ନୂଆ ବେତନ ମାନ:
ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ହୁଏ:

  • ଅତି କମ୍ ବେତନ (୧୮,୦୦୦) ବଢି ୫୧,୪୮୦ ହେବ
  • ପେନସନ୍: ୯,୦୦୦ → ୨୫,୭୪୦
  • ପିଅନ୍/ଆଟେଣ୍ଡାଣ୍ଟ: ୫୧,୪୮୦
  • ଲୋୱର ଡିଭିଜନ୍ କ୍ଲର୍କ: ୧୯,୯୦୦ → ୫୬,୯୧୪
  • କନଷ୍ଟେବଲ: ୨୧,୭୦୦ → ୬୨,୦୬୨
  • ଜୁନିୟର କ୍ଲର୍କ: ୨୫,୫୦୦ → ୭୨,୯୩୦
  • ଟେକନିକାଲ ଷ୍ଟାଫ: ୨୯,୨୦୦ → ୮୩,୫୧୨

ଲାଗୁ କେବେ ହେବ?
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଅଷ୍ଟମ ବେତନ କମିଶନ ପ୍ରତିଷ୍ଠା ହେବ। ତେବେ ଚାଲିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହାର ରିପୋର୍ଟ ଆସିପାରେ।

କିନ୍ତୁ ଦିର୍ଘସମୟ ଲାଗିପାରେ:
ବର୍ତ୍ତମାନ ପର୍ଯ୍ୟନ୍ତ ଚେୟାରମ୍ୟାନ୍, ସଦସ୍ୟ ଓ ସଚିବ ନିଯୁକ୍ତ ହୋଇନାହାନ୍ତି। ଏହାର ଅର୍ଥ ହେଉଛି ଯଦି ବି ୨୦୨୬ ରୁ ଲାଗୁ ହେବ, ତାହା ଅତ୍ୟନ୍ତ ସମ୍ଭାବନା ନୁହେଁ। କମିଶନ କାର୍ଯ୍ୟକାରୀ ହେବାକୁ ଅଧିକ ୧ ବର୍ଷ ସମୟ ଲାଗିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।